Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଅବୈଧ ଅସ୍ତ୍ରଶସ୍ତ୍ର ରଖିବା ଏବେ ପଡିପାରେ ମହଙ୍ଗା, ଜାଣନ୍ତୁ କାହିଁକି

18/10/2019 at 7:46 PM

ନୂଆଦିଲ୍ଲୀ:  ଯାନବାହନ ପରେ ଏବେ ଅବୈଧ ଅସ୍ତ୍ରଶସ୍ତ୍ର ପାଳି। ଏଭଳି ନିଷିଦ୍ଧ ହତିଆରର ନିର୍ମାଣ, କାରବାର ଓ ପାଖରେ ରଖିବା ଆଉ ଏବେ ଆଗପରି ଏତେ ସୁବିଧାଜନକ ହେବନି। ଏଭଳି ଅସ୍ତ୍ରଶସ୍ତ୍ର ସହ କେହି ଧରାପଡିଲେ ହୁଏତ ଜାବଜ୍ଜୀବନ କାରାଦଣ୍ଡ ବା ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିପାରେ। ସରକାର ଏ ନେଇ ଥିବା ଆଇନରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି। ଏଥିଲାଗି ଲେଖାପ୍ରସ୍ତାବ ଚୂଡାନ୍ତ ହୋଇସାରିଥିବା ବେଳେ କେବଳ ବିଧେୟକ ଉପସ୍ଥାପନ ବାକି ଅଛି।

ଏଥିରେ ୨ରୁ ଅଧିକ ଲାଇସେନ୍ସୀ ଅସ୍ତ୍ର ରଖୁଥିବା ଲୋକଙ୍କୁ ତାଙ୍କର ତୃତୀୟ ଅସ୍ତ୍ରଟିକୁ ଫେରାଇ ଦେବାର ପ୍ରାବଧାନ ଥିବା ବେଳେ ଆଗକୁ ମଲ୍ଟିପଲ ଆର୍ମସ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାକୁ ସମାପ୍ତ କରିବା ଲାଗି  ଏଥିରେ ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଆର୍ମସ ଆକ୍ଟରେ ଏପର୍ଯ୍ୟନ୍ତ ଥିବା ଦଣ୍ଡ ବ୍ୟବସ୍ଥାକୁ ୨ ଗୁଣ କରିବାକୁ ସଂଶୋଧିତ ଆଇନରେ ବ୍ୟବସ୍ଥା ରହିବ ।

ବିଭିନ୍ନ ଅସ୍ତ୍ରଶସ୍ତ୍ରର ଅବୈଧ ବିକ୍ରି, ଖରିଦ, ଅସ୍ତ୍ର ଓ ତାର ନିର୍ମାତାଙ୍କ ଠାରୁ ଆରମ୍ଭ କରି ୟୁଜରଙ୍କ ଟ୍ରାକିଙ୍ଗ, ସଙ୍ଗଠିତ ଅପରାଧ ଓ ହର୍ଷ ଫାୟରିଂ ଆଦି ପ୍ରସ୍ତାବିତ ଆଇନ ପରିସରଭୁକ୍ତ ହେବ। ସବୁ ଅଲଗା ଅଲଗା ଅପରାଧ ଲାଗି ଦଣ୍ଡବିଧାନ ମଧ୍ୟ ଅଲଗା ହେବ। ଡ୍ରାଫ୍ଟ ବିଧେୟକ ଅନୁସାରେ ସରକାର ଆର୍ମସ ଆକ୍ଟ ୧୯୫୯ର ଧାରା ୨୫(୧ ଏଏ) ଅନୁସାରେ ନିଷିଦ୍ଧ ଅସ୍ତ୍ରଶସ୍ତ୍ରର ନିର୍ମାଣ, ବିକ୍ରି, ମରାମତି ଓ ଏଭଳି ହତିଆର ନିଜ ପାଖରେ ରଖିବାର ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ଆଜୀବନ କାରାବାସ ବା ମୃତ୍ୟୁ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ହୋଇପାରେ।   ଏଥିରେ ସର୍ବନିମ୍ନ ୧୪ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି।

ସାରେ ଦେଶରେ ଏବେ ୩୫ ଲକ୍ଷ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ରହିଛି। ଏଥିରୁ କେବଳ ଉତ୍ତରପ୍ରଦେଶରେ ୧୩ ଲକ୍ଷ ଲୋକଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ରଖିବାର ଲାଇସେନ୍ସ ଅଛି। ୩.୭ ଲକ୍ଷ ଲାଇସେନ୍ସ ସହ ଜମ୍ମୁ-କାଶ୍ମୀର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି। ତେବେ ଉଗ୍ରବାଦ ବୃଦ୍ଧି ସମୟରେ ଲୋକେ ଲାଇସେନ୍ସ ପାଇଥିବାର ଏବେ ଅନୁସନ୍ଧାନରୁ ଜଣାପଡିଛି।

   Related Posts