୨୯ଦିନର ଯୁଦ୍ଧ, ୫ହଜାର ଲୋକଙ୍କ ମୃତ୍ୟୁ ; ଶେଷରେ ସମାପ୍ତ ହେଲା ଆର୍ମେନିଆ-ଅଜରବୈଜାନର ଲଢେଇ

Published By : Prameya-News7 Bureau | October 26, 2020 IST

ନୂଆଦିଲ୍ଲୀ ୨୬।୧୦: ଆର୍ମେନିଆ-ଅଜରବୈଜାନ ମଧ୍ୟରେ ଚାଲିଥିବା ୨୯ଦିନର ଯୁଦ୍ଧ ଶେଷରେ ସମାପ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ ସଂଘର୍ଷ ବିରାମ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଦୁଇ ଦେଶର ପ୍ରତିନିଧିମାନେ ଅସ୍ତ୍ରବିରତି ନିୟମ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ବିଳମ୍ବିତ ରାତିରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନିୟମର ପ୍ରଭାବ ଦେଖିବାକୁ ମଳିଛି । ଯାହାକି ଆମେରିକା ରାଷ୍ଟ୍ରପତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।  

{"id":350904,"sizeSlug":"large"}

ତେବେ ୨ଦେଶ ମଧ୍ୟରେ ଶାନ୍ତି ବା ଯୁଦ୍ଧବିରତି ପାଇଁ ଆଗକୁ ଆସିଥିଲା ଆମେରିକା । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଅ ଏହାର ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଆର୍ମେନିଆ-ଅଜରବୈଜାନ ଦେଶର ପ୍ରମୁଖଙ୍କୁ  ଯୁଦ୍ଧବିରତି ପାଇଁ ସ୍ୱାଗତ ଜଣାଇଛନ୍ତି ।

wp:html /wp:html

ଆମେରିକା ରାଷ୍ଟ୍ରପତି ଟ୍ୱିଟ ଜରିଆରେ, ଆର୍ମେନିଆର ପ୍ରଧାନମନ୍ତ୍ରୀ ଓ ଅଜରବୈଜାନର ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଜଣାଇଛନ୍ତି । ୨ଦେଶ ଅସ୍ତ୍ରବିରତି ନିୟମକୁ ନେଇ ସହମତ ହୋଇଛନ୍ତି । ଯାହାକି ବିଳମ୍ବିତ ରାତିରୁ ଲାଗୁ ହୋଇଛି । ଏହାଦ୍ୱାରା ଅନେକଙ୍କ ଜୀବନ ବଞ୍ଚିଯାଇଛି । ଏଥିପାଇଁ ମୋ ଟିମ୍‌ ମାଇକୋ ପୋମ୍ପିଅ, ଷ୍ଟିଭ୍‌ ବେଗନ ଓ ରାଷ୍ଟ୍ରୀୟ ସୁରକ୍ଷା ପରିଷଦକୁ ମଧ୍ୟ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି ।

{"id":350903,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆର୍ମେନିଆ-ଅଜରବୈଜାନ ମଧ୍ୟରେ ଗତ ମାସ ୨୭ ତାରିଖରୁ ନାଗୋର୍ନୋ-କାରବାଖକୁ ନେଇ ଲଡେଇ ଜାରି ରହିଛି । ୧୯୯୧ ମସିହାରୁ ଉଭୟ ଦେଶ ମଧ୍ୟରେ ନାଗୋରନୋ-କରବାଖ ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ରହିଛି । ୫୦ କିମି ପରିବ୍ୟାପ୍ତ ଏହି ଅଞ୍ଚଳ ଏବେ ବିବାଦର ମୁଖ୍ୟ କାରଣ । କାରଣ ଏହି ଅଞ୍ଚଳ ୧୯୯୦ରେ ଅଜରବୈଜାନଠୁ ସ୍ୱାଧିନ ହୋଇଥିବା ଦାବି କରିଥିଲା । ଏଠାରେ ପ୍ରାୟ ୩୦ ହଜାର ଲୋକ ରୁହନ୍ତି । କିନ୍ତୁ ଏହାକୁ ଏକ ଦେଶ ଭାବେ ସ୍ୱୀକୃତି ମିଳିନାହିଁ । ଯାହାକୁ ନେଇ ୨ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଯୁଦ୍ଧକୁ ୨୯ଦିନ ବିତିସାରିଲାଣି ।

{"id":350906,"sizeSlug":"large"}

ତେବେ ଏକ ଅନୁମାନ ମୁତାବିକ,  ଆର୍ମେନିଆ-ଅଜରବୈଜାନ ଯୁଦ୍ଧରେ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ଏକ ମାସ ହେଲା ଯୁଦ୍ଧ ଲାଗିରହିଛି । ସାରାବିଶ୍ୱର ନଜର ଏହି ଯୁଦ୍ଧ ଉପରେ ରହିଥିଲା । କିପରି ଏହି ଯୁଦ୍ଧର ସମାପ୍ତ ହେବ, ସେନେଇ ଅନେକ ଦେଶ ଶାନ୍ତି ପାଇଁ ବିଭିନ୍ନ ଉଦ୍ୟମ କରିଛନ୍ତି । ରୁଷ ମଧ୍ୟ ଏହି ଯୁଦ୍ ପାଇଁ ମଧ୍ୟସ୍ଥତା କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲାନାହିଁ, ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏସବୁ ଭିତରେ ଆମେରିକା ପକ୍ଷରୁ କରାଯାଇଥିବା ଏହି ମଧ୍ୟ୍ୟସ୍ଥତାରେ ଯୁଦ୍ଧବିରାମ ତ ଘୋଷଣା ହୋଇଛି । କିନ୍ତୁ ଏହା  କେତେଦିନ ପର୍ଯ୍ୟନ୍ତ ତିଷ୍ଠି ରହୁଛି, ତାହା ଦେଖିବାକୁ ରହିଲା ।

wp:core-embed/wordpress {"url":"http://www.prameyanews7.com/armenia-and-ajarbaijan-war-16-killed/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/armenia-and-ajarbaijan-war-16-killed/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.