ଋଷର ମଧ୍ୟସ୍ଥତା ଫଳ ଦେଲା : ଯୁଦ୍ଧବିରତି ପାଇଁ ଆର୍ମେନିଆ-ଅଜରବୈଜାନ ହେଲେ ରାଜି

Published By : Prameya-News7 Bureau | October 10, 2020 IST

ମସ୍କୋ, ୧୦୧୦  ଆର୍ମେନିଆ ଓ ଅଜରବୈଜାନ ଯୁଦ୍ଧବିରତି ନେଇ ସହମତି ପ୍ରକାଶ କରିଛନ୍ତି । ଏହାସହ ଉଭୟ ଦେଶ ଗିରଫ କରିଥିବା ବ୍ୟକ୍ତି ଓ ମୃତକଙ୍କ ଶରୀରକୁ ପରସ୍ପରକୁ ଦେବେ ବୋଲି ରାଜି ହୋଇଛନ୍ତି ।ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ  ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେରଗେଇ ଲାଭରୋଭ କହିଛନ୍ତି ଯେ, ଦୀର୍ଘ  ଘଣ୍ଟା ଧରି ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଆଲୋଚନା ହୋଇଥିଲା । ମସ୍କୋରେ ଉଭୟ ଦେଶର ପ୍ରତିନିଧି ଯୋଗ ଦେଇ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ବିବାଦ ହ୍ରାସ ପାଇଁ ଆଲୋଚନା ହୋଇଥିଲା ।

ଉଭୟ ଦେଶ ଅସ୍ତ୍ରବିରତି ନେଇ ରାଜି ହୋଇଥିଲେ । ଫଳରେ ଏକ ବଡ ଯୁଦ୍ଧର ଆଶଙ୍କା ଟଳିଯାଇଛି । ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଥିବା ଏହି ଲଢେଇରେ ପ୍ରାୟ ୪୦୦ଜଣଙ୍କ ଜୀବନ ଗଲାଣି । ନୋଗୋର୍ଣ୍ଣେ-କାରାବାଖ ଅଞ୍ଚଳ ହେଉଛି ଏହି ଯୁଦ୍ଧର କାରଣ । ଏଠାରେ ଉଭୟ ଦେଶ ନିଜର ଦବଦବା ଜାହିର କରିବାକୁ ଚାହାଁନ୍ତି । ଏହା ଏକ ବିବାଦୀୟ ଅଞ୍ଚଳ ଅଟେ ।

ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରିରେ ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପଶିନୟାନ ଓ ଅଜରବୈଜାନର ରାଷ୍ଟ୍ରପତି ଇଲହମ ଅଲୟେଭଙ୍କ ସହିତ ଫୋନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଥା ହୋଇ କାରାବାଖରେ ସଂଘର୍ଷ ସମାପ୍ତ କରିବାକୁ ଅପିଲ୍ କରିଥିଲେ। ଯଦ୍ଵାରା ମୃତଦେହ ଫେରାଇବା ସହିତ କଏଦୀଙ୍କୁ ନିଜ ନିଜ ଦେଶକୁ ପଠାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ରୁଷର ରାଜଧାନୀ ମସ୍କୋ ଆମନ୍ତ୍ରିତ କରାଯାଇଥିଲା। ଏହି ଆଲୋଚନାର ମଧ୍ୟସ୍ଥତା କରିଥିଲା ଋଷ ।

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ସେପ୍ଟେମ୍ବର ୨୭ରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳ ଅଜରବୈଜାନର, କିନ୍ତୁ ଏହା ଉପରେ ଆର୍ମେନିଆ ବଳପୂର୍ବକ ନିୟନ୍ତ୍ରଣ ରହିଛି। ୧୯୯୪ରେ ସମାପ୍ତ ହୋଇଥିବା ଲଢେଇ ପରେ ଏହି ଅଞ୍ଚଳରେ ଗମ୍ଭୀର ସଂଘର୍ଷ ଲାଗି ରହିଛି।

ଏହି ଲଢେଇରେ ଅଜରବୈଜାନ ସେନାର ୩ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇ ସାରିଛନ୍ତି। ଦୁଇ ଦେଶ ଜନତାଙ୍କୁ ନିଶାଣ କରି ଗୁଳିବର୍ଷଣ କରୁଛନ୍ତି। ସ୍ଥିତି ଏତେ ଗମ୍ଭୀର ଯେ କାରାବାଖର ଆଖାପାଖ ଗାଁଗୁଡିକୁ ଖାଲି କରାଯାଉଛି। କିନ୍ତୁ ନୋଗୋର୍ଣ୍ଣେ-କାରାବାଖର ରାଜଧାନୀ ଷ୍ଟେପନକର୍ଟକୁ ଖାଲି କରାଯାଇ ନାହିଁ।  ଯେଉଁ ଜାଗାରେ ଏ ପର୍ଯ୍ୟନ୍ତ ଲୋକ ଫସି ରହିଛନ୍ତି ସେମାନେ ଘର ତଳେ ନିର୍ମିତ ସୁଡଙ୍ଗରେ ଲୁଚି ଗୁଳିମାଡରୁ ନିଜର ଜୀବନ ବଞ୍ଚାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.