Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଫେଲ୍ ମାରିଲା ଆମେରିକାର ମଧ୍ୟସ୍ଥତା, ପୁଣି ଲାଗିଗଲା ଆର୍ମେନିଆ-ଅଜରବୈଜାନ ଘମାଘୋଟ୍ ଯୁଦ୍ଧ

26/10/2020 at 9:53 PM

ନ୍ୟୁୟର୍କ, ୨୬।୧୦:  ଆମେରିକାର ମଧ୍ୟସ୍ତତା ସତ୍ତ୍ୱେ ପୁଣି ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଅସ୍ତ୍ରବିରତିର ଉଲଙ୍ଘନ ହୋଇଛି । ସୋମବାର ଉଭୟ ଦେଶ ପରସ୍ପର ଉପରେ ଅସ୍ତ୍ରବିରତିର ଉଲଙ୍ଘନ ଅଭିଯୋଗ ଆଣିଛନ୍ତି । ନାଗୋନ୍ନୋ-କାରାବାଖକୁ ନେଇ ଉଭୟ ଦେଶ ମଧ୍ୟରେ ଗତ ଏକ ମାସ ଧରି ଲଡେଇ ଜାରି ରହିଛି । ଆମେରିକା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଋଷ ମଧ୍ୟସ୍ତତା କରିଥିଲେ ମଧ୍ୟ ତାହା ମଧ୍ୟ ବିଫଳ ହୋଇଥିଲା

ୟୁଏସର ମଧ୍ୟସ୍ତତାର କିଛି ଘଣ୍ଟା ପରେ ଅଜରବୈଜାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା ଯେ, ଆର୍ମେନିଆ ସେନା ତେର୍ତୋର ଓ ଲାଚିନରେ ଗୁଳିମାଡ କରିଛି । ତେବେ ନାଗୋନ୍ନୋ-କାରାବାଖ ଏହାକୁ ଖଣ୍ଡନ କରିଥିଲା । ଏପରିକି ଅଜନବୈଜାନ ସେନା ଆର୍ମେନିଆ ସୈନ୍ୟ ଶିବିର ଉପରେ ତୋପ ମାଡ କରିଥିବା କହିଥିଲା ।

ନାଗୋନ୍ନୋ-କାରାବାଖ ପ୍ରକୃତରେ ଅଜରବୈଜାନର ଅଞ୍ଚଳ । କିନ୍ତୁ ଏଠାରେ ଆର୍ମେନିଆର ଦବଦବା ରହିଚି । କାରଣ ଏଠାରେ ଆର୍ମେନିଆବାସୀ ବେଶି ରହୁଛନ୍ତି । ଗତ ସେପ୍ଟେମ୍ବର ୨୭ରେ ଏହି ଅଞ୍ଚଳକୁ ନେଇ ଉଭୟ ଦେଶ ମଧ୍ୟରେ ସଙ୍ଘର୍ଷ ଲାଗି ରହିଛି । ଏହି ପ୍ରସଙ୍ଗରେ ତୁର୍କୀ ଅଜରବୈଜାନକୁ ସମର୍ଥନ କରୁଛି ।

ତେବେ ଆମେରିକାର ବୈଦେଶିକ ସଚିବ ଉଭୟ ଆର୍ମେନିଆ ଓ ଅଜରବୈଜାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ପାଇଁ ଅପିଲ ମଧ୍ୟ କରିଥିଲେ । ପ୍ରାୟ ୪୦ ମିନଟ ଧରି ଏହି ଆଲୋଚନା ଚାଲିଥିଲା । ଏହି ଭୟଙ୍କର ଯୁଦ୍ଧ ଏବେସୁଦ୍ଧା ୫ହଜାରରୁ ଅଧିକ ଜୀବନ ନେଲାଣି । ଏବେବି ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗି ରହିଛି । ନାଗୋର୍ନୋ-କାରବାଖ ସମେତ ଷ୍ଟେପାନକାର୍ଟ ଓ ମାର୍ଟାକେର୍ଟ ଅଞ୍ଚଳରେ ବିଶେଷ କ୍ଷତି ହୋଇଛି । ଅଜରବୈଜାନର ରକେଟ ଆକ୍ରମଣରେ ଏପରି କ୍ଷତି ହୋଇଥିବା ଆର୍ମେନିଆ ପକ୍ଷରୁ ଅଭିଯୋଗ ମଧ୍ୟ ହେଉଛି । ଏସବୁ ସତ୍ତ୍ୱେ ଆର୍ମେନିଆର ଅଭିଯୋଗକୁ ଅଜରବୈଜାନ ପ୍ରତିରକ୍ଷା ମନ୍ତ୍ରୀ ଖଣ୍ଡନ କରିଛନ୍ତି ।

ଗତ ମାସ ୨୭ ତାରିଖରୁ ନାଗୋର୍ନୋ-କାରବାଖକୁ ନେଇ ଉଭୟ ଦେଶ ମଧ୍ୟରେ ଲଡେଇ ତୀବ୍ର ହୋଇଥିଲା । ପ୍ରଥମେ ଋଷ ଓ ତୁର୍କୀ ଉଭୟ ଦେଶକୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥେଲେ ମଧ୍ୟ ତାହା ବିଫଳ ହୋଇଥିଲା । ଏହି ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସେ କହିଥିଲେ ଯେ, ଉଭୟ ଦେଶ ଯୁଦ୍ଧରୁ କ୍ଷାନ୍ତ ହୁଅନ୍ତୁ । ଏହାସହ ସେ ଉଭୟ ଦେଶର ରାଷ୍ଚ୍ରମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କାରଣ ଆମେରିକାର ଆର୍ମେନିଆ ସହ ଭଲ ସମ୍ପର୍କ ରହିଛି ।

ନିକଟରେ ଆର୍ମେନିଆର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ମାଇକ ପାମ୍ପିଓଙ୍କ ସହ ଆଲୋଚନା ସଫଳ ହୋଇଛି । ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ଯୁଦ୍ଧ ବନ୍ଦ ପାଇଁ ଯାହା ସବୁ କରାଯାଇପାରିବ ସେ କରିବେ ବୋଲି କହିଥିଲେ । ସେହିପରି ମାଇକ ପାମ୍ପିଓ ମଧ୍ୟ ଆସନ୍ତା ସପ୍ତାହରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ଆଶା କରିଥିଲେ । ସେହିପରି ଅନ୍ୟ ବିଶ୍ୱଶକ୍ତି ମଧ୍ୟ ଯଥାସମ୍ଭବ ଯୁଦ୍ଧ ଟାଳିବାକୁ ଉଦ୍ୟମ କରୁଛନ୍ତି ।

   Related Posts