Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଯୁଦ୍ଧ ଥମୁନି : ଆର୍ମେନିଆ-ଅଜରବୈଜାନ ଲଢେଇରେ ୮୪ ନିହତ, ଯୁଦ୍ଧ ବନ୍ଦ ପାଇଁ କହିଲେ ଋଷ ଓ ଆମେରିକା, ଜାତିସଂଘ ବୈଠକ ଡାକିବାକୁ ୟୁରୋପୀୟ ଦେଶଙ୍କ ଦାବି

29/09/2020 at 6:07 PM

ନୂଆଦିଲ୍ଲୀ, ୨୯|୦୯ : ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଏବେବି ଉତ୍ତେଜନା ଲାଗି ରହିଛି । ପରସ୍ପର ମଧ୍ୟରେ ଘମାଘୋଟ୍ ଲଢେଇ ଚାଲିଛି । ତେବେ ଏହି ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ୟୁଏନଏସସି ବା ଜାତିସଂଘ ହସ୍ତକ୍ଷେପ କରୁ ବୋଲି ଅନେକ ୟୁରୋପୀୟ ଦେଶ ଅନୁରୋଧ କରିଛନ୍ତି । ଜର୍ମାନୀ ସମେତ ଅନେକ ଦେଶ ଏହି ପ୍ରସଙ୍ଗରେ ୟୁଏନଏସସିର ଦ୍ୱାରସ୍ଥ ହୋଇଛନ୍ତି । ଏହାସହ ଜାତିସଂଘ ବୈଠକ ଡାକୁବୋଲି ଦାବି କରିଛନ୍ତି ।

୧୯୯୧ ମସିହାରୁ ଉଭୟ ଦେଶ ମଧ୍ୟରେ ନାଗୋରନୋ-କରବାଖ ଅଞ୍ଚଳକୁ ନେଇ ବିବାଦ ରହିଛି । ୫୦ କିମି ପରିବ୍ୟାପ୍ତ ଏହି ଅଞ୍ଚଳ ଏବେ ବିବାଦର ମୁଖ୍ୟ କାରଣ । କାରଣ ଏହି ଅଞ୍ଚଳ ୧୯୯୦ରେ ଅଜରବୈଜାନଠୁ ସ୍ୱାଧିନ ହୋଇଥିବା ଦାବି କରିଥିଲା । ଏଠାରେ ପ୍ରାୟ ୩୦ ହଜାର ଲୋକ ରୁହନ୍ତି । କିନ୍ତୁ ଏହାକୁ ଏକ ଦେଶ ଭାବେ ସ୍ୱୀକୃତି ମିଳିନାହିଁ ।

ତେବେ ଗତ ୨୭ ତାରିଖରେ ଏହି ଅଞ୍ଚଳ ପାଇଁ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି । ଏଥିରେ ପ୍ରାୟ ୮୪ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଜୁଲାଇମାସରେ  ଦୁଇ ଦେଶ ମଧ୍ୟରେ ଘଟିଥିବା ସଙ୍ଘର୍ଷ ପରେ ଏହା ସବୁଠାରୁ ବଡ ଲଢେଇ ଅଟେ । ଜୁଲାଇରେ ଉଭୟ ପକ୍ଷର ପ୍ରାୟ ୧୬ ଜଣ ପ୍ରାଣ ହରାଇଥିଲେ ।

ନଗୋରନୋ-କରବାଖର ଅଧିକାରୀ ରବିବାର କହିଥିଲେ ଯେ, ଅଜରବୈଜାନ ତରଫରୁ ହୋଇଥିବା ଗୁଳିଗୋଳା ମାଡ ରାଜଧାନୀ ଷ୍ଟେପନାକେର୍ଟ ଓ ମାର୍ଚକେଟରେ ପଡିଥିଲା । ଆର୍ମେନିଆ ପ୍ରତିରକ୍ଷା ମନ୍ତ୍ରୀଳୟ କହିଛି ଯେ, ଅଜରବୈଜାନ ପ୍ରଥମେ ଆକ୍ରମଣ କରିଥିଲା । ତୋପରୁ ମାଡ କରାଯାଇଥିବା ଗୋଳା ସୀମାରେ ପଡିଥିଲା । ଏଥିରେ ୮୪ଜଣ ଜୀବନ ହାରିଥିଲେ ସେମାନଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସାଧାରଣ ଲୋକ।

ଏହି ମାମଲାରେ ଅଜରବୈଜାନର ସହଯୋଗୀ ତୁର୍କୀ ଟ୍ୱିଟ୍ କରି ଆର୍ମେନିଆର ଆକ୍ରମଣକୁ ନିନ୍ଦା କରିଥିଲା । ଏହାସହ ଆର୍ମେନିଆ ଯୁଦ୍ଧ ପାଇ ଉସକାଉଥିବା ଓ ନିୟମକୁ ଭଙ୍ଗ କରୁଥିବା ଅଭିଯୋଗ କରିଛି । ଆର୍ମେନିଆ ନିଆଁ ସହ ଖେଳୁଛି ବୋଲି ତୁର୍କୀ କହିଛି । ତେବେ ଏହାପରେ ଆର୍ମେନିଆ ତୁର୍କୀକୁ ଚେତାବନୀ ଦେବା ସହ ଏହା ମଧ୍ୟରେ ମୁଣ୍ଡ ନଖେଳାଇବାକୁ କହିଥିଲା ।ତେବେ ଋଷ ଉଭୟ ଦେଶକୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ସେ ସ୍ଥିତି ଉପରେ ନଜର ରଖିଛନ୍ତି । ଏହା ଉପରେ ଆମେରିକା ପଦକ୍ଷେପ ନେବ । କିପରି ଉଭୟ ଦେଶ ଯୁଦ୍ଦରୁ ବିରତ ହେବେ ତାଉପରେ ଗୁରୁତ୍ୱ ଦିଆଯିବ ।

ସେହିପରି ୟୁଏନର ସଚିବ ଆଣ୍ଟୋନିଓ ଗୁଟେରାସଙ୍କ ମୁଖପାତ୍ର ଏଗି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଏହାସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା କହିଛନ୍ତି । ଏହାସହ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧକୁ ସେ ନିନ୍ଦା କରିଛନ୍ତି । ଏହାସହ ସେ ଅଜରବୈଜାନ ଓ ଆର୍ମେନିଆ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

   Related Posts