Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

୨ ମାସ ପରେ ଫେରିବ ଶାନ୍ତି, ପୁଟିନଙ୍କ ମଧ୍ୟସ୍ଥତା ଫର୍ମୁଲାରେ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଆର୍ମେନିଆ ଓ ଅଜରବୈଜାନ

10/11/2020 at 5:06 PM

ମସ୍କୋ, ୧୦୧୧:   ନାଗୋନ୍ନୋ-କାରାବାଖକୁ ନେଇ ଆର୍ମେନିଆ ଓ ଅଜରବୈଜାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ସଙ୍ଘର୍ଷରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି ।  ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟସ୍ଥତାରେ ଦୁଇଦେଶ ସଙ୍ଘର୍ଷ ବିରାମ ନେଇ ରାଜି ହୋଇଛନ୍ତି । ମଙ୍ଗଳବାର ମଧ୍ୟରାତ୍ରରୁ ଏହି ଯୁଦ୍ଧ ବିରାମ ଲାଗୁ ହେବ ।

ପୁଟିନ୍ ମଙ୍ଗଳବାର ଏକ ବୟାନ ଜାରି କରି କହିଛନ୍ତି ଯେ, ଋଷ ସେନା ଯୁଦ୍ଧ ବିରାମ ଉପରେ ନଜର ରଖିବ  । ଏଥିପାଇଁ ନାଗୋନ୍ନୋ-କାରାବାଖ ଅଞ୍ଚଳରେ ଋଷ ଶାନ୍ତିସେନା ମୁତୟନ କରିଛି । ନଭେମ୍ବର ୧୦ ରାତି ୧୨ଟାରୁ ଏହି ଯୁଦ୍ଧ ବିରାମ ଲାଗୁ ହେବ । ଏହି ପଦକ୍ଷେପ ନାଗୋନ୍ନୋ-କାରାବାଖ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବ ବୋଲି ପୁଟିନ ଆଶା ରଖିଛନ୍ତି ।  

ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ୍ ପାଶିନୟାନ୍ କହିଛନ୍ତି ଯେ, ସେ ଯୁଦ୍ଧ ବିରାମ ନିର୍ଦ୍ଦେଶ ଲାଗୁ କରିବା ପାଇଁ ନିଜ ସୈନିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ସେ ଋଷ ଓ ଅଜରବୈଜାନ ସହ ସଙ୍ଘର୍ଷ ବିରାମ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଏହା ତାଙ୍କ ପାଇଁ ଦୁଃଖଦାୟକ ହେଲେ ମଧ୍ୟ ଲୋକଙ୍କ ଜୀବନକୁ ନଜରରେ ରଖି ସେ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ।

ଯୁଦ୍ଧ ବିରାମ ରାଜିନାମା ସ୍ୱାକ୍ଷରିତ ହେବା ପୂର୍ବରୁ ଅଜରବୈଜାନର ସେନା ନାଗୋନ୍ନୋ-କାରାବାଖର ଏକ ଗୁରୁତ୍ୱପୂର୍ଣ୍ଣ ସହର ଶୁସି ଉପରେ କବଜା କରି ନେଇଛନ୍ତି । ଏହାସହ ନାଗୋନ୍ନୋକୁ କବଜା କରିବା ପାଇଁ ମଧ୍ୟ ସୈନ୍ୟମାନେ ଆଗକୁ ବଢିଛନ୍ତି । ଏହାକୁ ନେଇ ଦେଶର ରାଷ୍ଟ୍ରପତି ଇଲହାମ ଅଲିୟେଭ୍ କହିଛନ୍ତି ଯେ, ଦେଶର ଆଉ ଏକ ଅଂଶ ଫେରି ଆସିଛି ।

ସୂଚନାଯୋଗ୍ୟ, ସୋଭିଏତ ସଙ୍ଘର ପତନ ପରେ ୧୯୯୧ରେ ନାଗୋନ୍ନୋ-କାରାବାଖକୁ ଅଜରବୈଜାନକୁ ଦିଆଯାଇଥିଲା । ତେବେ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ଇସାଇ ବସବାସ କରନ୍ତି । ସେମାନେ ଅଜରବୈଜାନକୁ ବିରୋଧ କରି ସ୍ୱତନ୍ତ୍ର ଦେଶ ଗଠନ କରିଥିସେ । ଏହାପରେ ୧୯୯୪ରୁ ଆର୍ମେନିଆର ସହାୟତାର ନାଗୋନ୍ନୋ-କାରାବାଖରେ ସ୍ୱାୟତ୍ତ ଶାସନ ଚାଲିଛି ।

   Related Posts