Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

କରୋନା ମୁକାବିଲା ପାଇଁ ତିନି ସେନା ପ୍ରସ୍ତୁତ, ଜାଣନ୍ତୁ କିଭଳି କରିଛନ୍ତି ପ୍ରସ୍ତୁତି

3/04/2020 at 11:37 AM

ନୂଆଦିଲ୍ଲୀ ୩।୪: ଦେଶରେ ଗତ ଦୁଇ-ତିନି ଦିନ ଧରି କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ପରିସ୍ଥିତି ସହ ମୁକାବିଲା କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରାଯାଉଛି ଏବଂ ଲୋକଙ୍କୁ ଲକ୍ ଡାଉନ୍ ପାଳନ କରିବାକୁ ପରାମର୍ଶ ଦିଆଯାଉଛି । କାରଣ ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ।

ଏହି ସମୟରେ ସରକାର ଆଗାମୀ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ସେନାର ସାହାଯ୍ୟ ନିଆଯାଇପାରେ । ତେଣୁ ଏଥିପାଇଁ ତିନି ସେନାଙ୍କୁ ଚେତାବନୀ ଦିଆଯାଇଛି ଏବଂ ସେମାନଙ୍କ ସ୍ତରରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତିନି ସେନାର ମୁଖ୍ୟଙ୍କ ସହ କଥା ହୋଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋଭିଡ-୧୯ ସହ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ । ସେନା ଦ୍ବାରା ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ସାନିଟାଇଜର, ଫେସ୍ ମାସ୍କ, ଥର୍ମାଲ୍ ଗନ୍ ଭଳି କରୋନା ଭାଇରସ୍ ବିରୋଧରେ ଲଢିବା ପାଇଁ ବର୍ତ୍ତମାନ ସେନା ଦ୍ବାରା ଯନ୍ତ୍ରପାତି ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ସେନାର ଖାଲି ସ୍ଥାନରେ କ୍ବାରେଣ୍ଟିନ୍ ପାଇଁ ବ୍ୟବହୃତ କରାଯାଉଛି ।

ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତ ରାଜନାଥ ସିଂଙ୍କୁ କହିଛନ୍ତି ଯେ, କୋଭିଡ-୧୯ ସହ ଲଢିବା ପାଇଁ ବିଭିନ୍ନ ଡାକ୍ତରଖାନା ଚିହ୍ନଟ ହୋଇଛି ଏବଂ ଡାକ୍ତରଖାନାରେ ୯୦୦୦ରୁ ଅଧିକ ଶଯ୍ୟା ଯୋଗାଇ ଦିଆଯାଇଛି । ଜୈସଲମେର, ଯୋଧପୁର, ଚେନ୍ନାଇ, ମାନେସର, ହିଣ୍ଡନ ଏବଂ ମୁମ୍ବାଇରେ ୧୦୦୦ରୁ ଅଧିକ ଲୋକଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି, ସେମାନଙ୍କ କ୍ବାରେଣ୍ଟାଇନ୍ ସମୟସୀମା ୭ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ରହିଛି ।

ସେହିଭଲି DRDO ମଧ୍ୟ ଭେଣ୍ଟିଲେଟରରେ କିଛି ଉନ୍ନତି ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଛି । ଯାହା ଦ୍ବାରା ଗୋଟିଏ ମେସିନ୍ ଏକାସାଙ୍ଗରେ ଚାରି ଜଣ ରୋଗୀଙ୍କୁ ପରିଚାଳନା କରିପାରିବ । ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନସିସି) ର ପ୍ରାୟ ୨୫,୦୦୦ କ୍ୟାଡେଟଙ୍କୁ ଆବଶ୍ୟକ ସ୍ଥାନୀୟ ସହାୟତା ଯୋଗାଇବା ପାଇଁ ପ୍ରସ୍ତୁତ କରାଯାଉଛି ।

ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂଙ୍କ ଅନୁଯାୟୀ, ଯେକୌଣସି ପ୍ରକାରର ସହାୟତା ଯୋଗାଇବା ପାଇଁ ନୌସେନା ଜାହାଜକୁ ପ୍ରସ୍ତୁତ ସ୍ଥିତିରେ ରଖାଯାଇଛି । ସେ କହିଛନ୍ତି ଯେ ନୌସେନା ସ୍ଥାନୀୟ ନାଗରିକ ପ୍ରଶାସନକୁ ଆବଶ୍ୟକ ସହାୟତା ଯୋଗାଉଛି ।

ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର. କେ. ଏସ୍ ଭଦୌରିଆ କହିଛନ୍ତି ଯେ, ଗତ ପାଞ୍ଚ ଦିନ ମଧ୍ୟରେ ଦେଶରେ ପ୍ରାୟ ୨୫ ଟନ୍ ଚିକିତ୍ସା ସାମଗ୍ରୀ ଯୋଗାଇବା ପାଇଁ ବାୟୁସେନା ଜାହାଜ ଯାତାୟତ କରିଛି ।

ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରଭଣେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ, ଆବଶ୍ୟକ ହେଲେ ସିଭିଲ ପ୍ରଶାସନକୁ ୮,୫୦୦ ରୁ ଅଧିକ ଡାକ୍ତର ଏବଂ ସହାୟକ କର୍ମଚାରୀ ଯୋଗାଇ ଦିଆଯାଇପାରିବ । ରାଜନାଥ ସିଂଙ୍କ ପଡୋଶୀ ଦେଶକୁ ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଆଡକୁ ସଂକେତ କରି ସେ କହିଛନ୍ତି ଯେ ଆବଶ୍ୟକ ହେଲେ ଶୀଘ୍ର ନେପାଳକୁ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇପାରିବ ।

ପ୍ରତିରକ୍ଷା ଆର ଆଣ୍ଡ ଡି ବିଭାଗ ସଚିବ ଏବଂ DRDO ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ, DRDO ଲାବୋରେଟୋରୀରେ ଉତ୍ପାଦିତ ୫୦,୦୦୦ ଲିଟରରୁ ଅଧିକ ସାନିଟାଇଜର ଦିଲ୍ଲୀ ପୋଲିସ ସମେତ ସୁରକ୍ଷା ସଂସ୍ଥା ଏବଂ ଏକ ଲକ୍ଷ ଲିଟରରୁ ଅଧିକ ସାନିଟାଇଜର ସାରା ଭାରତରେ ଯୋଗାଇ ଦିଆଯାଉଛି ।

ଏହା ବ୍ୟତୀତ ପାଞ୍ଚ ସ୍ତରୀୟ ନାନୋ ଟେକ୍ନୋଲୋଜି ଫେସ୍ ମାସ୍କ N99 ପ୍ରସ୍ତୁତ କରାଯାଉଛି । ଏକ ହଜାର ତିଆରି ହୋଇଛି ଏବଂ ଶୀଘ୍ର ୨୦,୦୦୦ ଫେସ୍ ମାସ୍କ ପ୍ରସ୍ତୁତ କରାଯିବ । ଏହା ବ୍ୟତୀତ DRDO ଲାବୋରେଟୋରୀଗୁଡିକ ଦିଲ୍ଲୀ ପୋଲିସକୁ ୪୦,୦୦୦ ଫେସ୍ ମାସ୍କ ଯୋଗାଇ ଦେଇଛନ୍ତି ।

   Related Posts