ସେନାକୁ ନିର୍ଦ୍ଦେଶ- ଚୀନର ପ୍ରତିଟି ଦୁଃସାହାସର ଦୃଢ ଜବାବ ଦେବାକୁ ପ୍ରସ୍ତୁତ ରୁହନ୍ତୁ

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ  ବିପିନ ରାଓ୍ଵତ ଓ ତିନି ସେନାର ପ୍ରମୁଖଙ୍କ ସହିତ ଲଦାଖର ପରିସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂତ୍ର ଅନୁଯାୟୀ ବୈଠକ ପରେ ସଶସ୍ତ୍ର ବଳର ସେନାଙ୍କୁ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସେନାର କୌଣସି ପ୍ରକାରର ଦୁଃସାହାସର ଆକ୍ରମଣାତ୍ମକ ଭାବେ ମୁକାବିଲା କରିବା ପାଇଁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି।

ଏହା ସହିତ ଭାରତୀୟ ସେନାଙ୍କୁ ପୂର୍ବ ଲଦାଖ ଓ ଅନ୍ୟ ସେକ୍ଟରରେ ଚୀନର କୌଣସି ପ୍ରକାରର ଦୁଃସାହାସର ମୁହଁତୋଡ ଜବାବ ଦେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସୂତ୍ର ଅନୁସାରେ ଚୀନ ସଂଲଗ୍ନ ସୀମାର ରକ୍ଷା ପାଇଁ ଭାରତ ଏବେ ନୂଆ ରଣନୀତି ସହିତ ଆଗକୁ ବଢୁଛି। ଉଚ୍ଚପଦସ୍ଥ ସୈନ୍ୟ ଅଧିକାରୀଙ୍କୁ ସୀମା, ଆକାଶ ମାର୍ଗ ଏବଂ ରଣନୈତିକ ମହତ୍ଵପୂର୍ଣ୍ଣ ଭାବେ ସମୁଦ୍ର ମାର୍ଗରେ ଚୀନର ଗତିବିଧି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଜାରି ଗତିରୋଧ ସୋମବାର ହିଂସାତ୍ମକ ସଂଘର୍ଷର ରୂପ ନେଇଥିଲା। ଏଲଏସିରେ ଚୀନ ସୈନିକ ସହିତ ରକ୍ତାକ୍ତ ସଂଘର୍ଷରେ ଭାରତର କମାଣ୍ଡିଙ୍ଗ ଅଧିକାରୀ(କର୍ଣ୍ଣେଲ)ଙ୍କ ସମେତ ୨୦ ଯବାନ ସହିଦ ହୋଇଥିଲେ। ଭାରତୀୟ ଯବାନଙ୍କ ପ୍ରତି ଜବାବରେ ୪୩ ଚୀନ ସୈନିକ ନିହତ ହୋଇଥିଲେ। ଏହା ସହିତ ଅନେକ ଚୀନୀ ସୈନିକ ଗୁରୁତର ଭାବେ ଆହତ ହୋଇଛନ୍ତି। କିନ୍ତୁ ଏହି ସଂଘର୍ଷରେ ଉଭୟ ପକ୍ଷରୁ କୌଣସି ଗୁଳିମାଡ ହୋଇ ନାହିଁ। ଉଭୟ ପକ୍ଷର ସୈନିକ ପଥର, ଲୁହା ରଡ ଧରି ପରସ୍ପରକୁ ଆକ୍ରମଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.