Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସାବଧାନ ଡ୍ରାଗନ ! ଲଦାଖରେ ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ସେନାକୁ ମିଳିଲା ବଡ ଅଧିକାର

21/06/2020 at 6:48 PM

ନୂଆଦିଲ୍ଲୀ ୨୧।୦୬: ଚୀନ ସହିତ ସୀମାରେ ଜାରି ଉତ୍ତେଜନା ସମୟରେ ତିନି ସେନାକୁ ଲଢେଇ ଲାଗି ଜରୁରୀ ଅସ୍ତ୍ର ଶସ୍ତ୍ର ଓ ଗୋଳାବାରୁଦ କିଣିବା ପାଇଁ ସରକାର ଜରୁରୀକାଳୀନ ଫଣ୍ଡ ଜାରି କରିଛନ୍ତି। ଏଥିରେ ଭାରତୀୟ ସେନା ୫୦୦ କୋଟି ଟଙ୍କାରେ ଯୁଦ୍ଧାସ୍ତ୍ର କିଣି ପାରିବେ। ଚୀନ ସହିତ ଯଦି ଯୁଦ୍ଧ ସ୍ଥିତି ଉତ୍ପନ ହୁଏ ତେବେ ସେନାକୁ ଅସ୍ତ୍ର ଶସ୍ତ୍ର ଆବଶ୍ୟକ ପଡିପାରେ। ଏହା ଅନୁଭବ କରି ସରକାର ସେନା ପାଇଁ ଜରୁରୀକାଳୀନ ଫଣ୍ଡ ଜାରି କରିଛନ୍ତି।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ତିନି ସେନାର ଉପ ପ୍ରମୁଖଙ୍କୁ ୫୦୦ କୋଟି ଟଙ୍କାରେ ଅସ୍ତ୍ର ଶସ୍ତ୍ର କିଣିବାକୁ ବିତ୍ତୀୟ ଅଧିକାର ଦିଆଯାଇଛି। ଏହି ଅଧିକାର ଫାଷ୍ଟ ଟ୍ରାକ୍‌ ପ୍ରକ୍ରିୟା ଆଧାରରେ ଜରୁରୀ ଅସ୍ତ୍ର ଶସ୍ତ୍ର କିଣିବାକୁ ଦିଆଯାଇଛି। ଏଥିରେ ସେନା ପାଇଁ ହତିଆର ଓ ଗୋଳାବାରୁଦର ଅଭାବକୁ ପୂରା କରାଯାଇ ପାରିବ।

ପୂର୍ବ ଲଦାଖରେ ଚୀନ ସହିତ ଗତ ଅନେକ ଦିନ ହେବ ଜାରି ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାକୁ ଏହି  ବିତ୍ତୀୟ ଅଧିକାର ଦେବାକୁ ସରକାର ହୃଦବୋଧ କରିଥିଲେ। ଅନ୍ୟପଟେ ଚୀନ ସହ ଲାଗି ରହିଥିବା ପ୍ରାୟ ୩୫୦୦ କିଲୋମିଟର ସୀମାରେ ବଡ ସଂଖ୍ୟାରେ ସୈନିକଙ୍କୁ ମୁତୟନ କରାଯାଇଛି। ଉରି ହମଲା ଏବଂ ପାକିସ୍ତାନର  ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ରେ ମଧ୍ୟ ସଶସ୍ତ୍ର ସେନାଙ୍କୁ ଏହି ଧରଣର ବିତ୍ତୀୟ ଅଧିକାର ଦିଆଯାଇଥିଲା।

ବାୟୁସେନାକୁ ହୋଇଥିଲା ଫାଇଦା

ଏହି ବିତ୍ତୀୟ ଅଧିକାରର ସବୁଠୁ ଅଧିକ ଫାଇଦା ବାୟୁସେନାକୁ ମିଳିଥିଲା। କାରଣ ବାୟୁସେନା ଏହାର ଉପଯୋଗ କରି ଅନେକ ଯୁଦ୍ଧାସ୍ତ୍ର କିଣିଥିଲା। ଏଥିରେ ସ୍ପାଇସ୍‌-୨୦୦୦ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର, ଷ୍ଟ୍ରମ ଆଟାକ୍ ବାୟୁରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ  କରିପାରୁଥିବା କ୍ଷେପଣାସ୍ତ୍ର ସହିତ ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରୁଥିବା ଅନେକ କ୍ଷେପଣାସ୍ତ୍ର ସାମିଲ ଥିଲା।

ସେନା ଇସ୍ରାଏଲରୁ ସ୍ପାଇକ୍‌ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ର ଏବଂ ଆମେରିକାରୁ ପ୍ରିସିସନ ଗାଇଡେଡ୍‌ ମ୍ୟୁନିସନ୍ସ କିଣିଥିଲା। ତିନି ସେନାକୁକ ଏହି ବିତ୍ତୀୟ ଅଧିକାର ଦେବାର ମୁଖ୍ୟ କାରଣ ଜରୁରୀକାଳୀନ ସ୍ଥିତିରେ ସର୍ଟ ନୋଟିସ୍‌ରେ ଯୁଦ୍ଧାସ୍ତ୍ରର ଅଭାବକୁ ପୂରା କରାଯାଇ ପାରିବ।

   Related Posts