ବଜ୍ରକାପ୍ତା ଉଦ୍ଧାର, ୩ ଦଲାଲ ଗିରଫ
30/11/2019 at 4:07 PM

ନବରଙ୍ଗପୁର ୩୦।୧୧: ନବରଙ୍ଗପୁର ତାରାଗାଁ ନିକଟସ୍ଥ ଜଙ୍ଗଲରୁ ଗେ।ଟିଏ ବଜ୍ରକାପ୍ତା ଉଦ୍ଧାର । ଘଟଣାରେ ୩ ଦଲାଲଙ୍କୁ ଗିରଫ କରିଛି ପେ।ଲିସ । ଏହି ଦଲଲମାନେ କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳର । ଏମାନେଗ୍ରାମାଞ୍ଚଳକୁ ଯାଇ ବଜ୍ରକାପ୍ତା ଧରିବା ପରେ ତାକୁ ରାଜ୍ୟ ବାହାରେ ବିକ୍ରି କରିବାର ମସୁଧା ଚଲାଇଥିଲେ ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ୧୨ କିଲୋ ୬୪୦ ଗ୍ରାମ ହୋଇଥିବା ବେଳେ ୪୩ .୫ ଇଞ୍ଚ ଲମ୍ବ ରହିଛି । ଯାହାକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯେ।ଜନା ହେ।ଇଥିବା ଏସପି ସୂଚନା ଦେଇଛନ୍ତି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021