ଘରେ ପର୍ଣ୍ଣ ଚାନେଲ ଦେଖିବା ମହଙ୍ଗା ପଡିଲା, ସ୍ବାମୀଙ୍କୁ ଗୁଳିକରି ହତ୍ୟା କଲେ ମହିଳା

Published By : Prameya-News7 Bureau | April 25, 2019 IST

ଆରକାଂସସ୍ ୨୫।୪: ପର୍ଣ୍ଣ ଚାନେଲ ସବସ୍କ୍ରାଇବ କରିବା ଯୋଗୁ ସ୍ବାମୀଙ୍କୁ ଗୁଳିକରି ହତ୍ୟା କଲେ ମହିଳା। ଆମେରିକା ଆରକାଂସସରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନାମ ପାଟ୍ରେସିଆ ଏନ.ହିଲ ବୋଲି ଜଣା ପଡିଛି । ପାଟ୍ରେସିଆ ତାଙ୍କ ସ୍ବାମୀ ଫ୍ରେଙ୍କ ହିଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ପଚରା ଉଚରା ବେଳେ ୬୯ ବର୍ଷ ବୟସ୍କା ମହିଳା ଯାହା କହିଛନ୍ତି ତାହା ପୋଲିସକୁ ଦ୍ବନ୍ଦ୍ବରେ ପକାଇଛି ।

{"id":107269,"width":580,"height":327}

ପାଟ୍ରେସିଆଙ୍କା ପରିବାରରେ ଅନେକ ଦିନରୁ ଅଶାନ୍ତି ଲାଗି ରହିଥିଲା । ଛୋଟମୋଟ କଥାରେ ସ୍ବାମୀସ୍ତ୍ରୀ ଝଗଡା ହେଉଥିଲେ। ତେବେ ଗତ କିଛି ମାସ ହେଲା ଫ୍ରାଙ୍କ ପର୍ଣ୍ଣ ଚାନେଲ ନିଶାରେ ପଡି ଯାଇଥିଲେ। ସାଟେଲାଇଟ୍ ଚାନେଲରୁ ପାଟ୍ରେସିଆ ସେହି ଚାନେଲ କାଟି ଦେଇଥିଲେ। ତେବେ ତାଙ୍କ ଅଜାଣତରେ ଫ୍ରାଙ୍କ ପୁଣି ଚାନେଲ ସବସ୍କ୍ରାଇବ କରିବା ସହ ଲୁଚି ଲୁଚି ଦେଖୁଥିଲେ। ମାସ ଶେଷରେ ସାଟେଲାଇଟ ବିଲରେ ପର୍ଣ୍ଣ ଚାନେଲ ବିଲ ଦେଖ ପାଟ୍ରେସିଆ ହିତାହିତ ଜ୍ଞାନ ହରାଇଥିଲେ । ଘର ବଗିଚାରେ ବିୟର ପିଉଥିବା ଫ୍ରାଙ୍କକ ଉପରକୁ ଘରୁ ପାଟ୍ରେସିଆ ଗୁଳି ଚଳାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଫ୍ରାଙ୍କକ ଶବ ଜବତ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.