ଅସଲାମ୍ ମର୍ଚାଣ୍ଟ ଖୋଲିଲେ ବଡ ଗୁମର : ଆର୍ଯ୍ୟନ-ଅର୍ବାଜଙ୍କ କଥା ଶୁଣି ହୋଇଯାଇଥିଲେ ତାଜୁବ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ, ୨୫/୧୦:    ଆର୍ଯ୍ୟନ୍ ଖାନଙ୍କ ସହ କ୍ରୁଜରେ ଡ୍ରଗ୍ସ ସେବନ ମାମଲାରେ ଗିରଫ ହୋଇଛନ୍ତି ଅର୍ବାଜ ମର୍ଚାଣ୍ଟ୍ । ତାଙ୍କୁ ଏନସିବି ଗିରଫ କରିବା ସହ ହେପାଜତରେ ରଖିଛି । ତେବେ ଅର୍ବାଜଙ୍କୁ ନେଇ ଚିନ୍ତାରେ ପିତା ଅସଲାମ ମର୍ଚାଣ୍ଟ୍ । ପୁଅର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି ।

ଅସଲାମ କହିଛନ୍ତି ଯେ, ସେ ଲଗାତର ଭାବେ ପୁଅକୁ ଭେଟୁଛନ୍ତି । ତାଙ୍କୁ ଆର୍ଯ୍ୟନଙ୍କଠୁ ଅଲଗା କରି ରଖାଯାଇଛି ।  ସେ ଠିକସେ ଶୋଇପାରୁନି । ଧିରେଧିରେ ମାନସିକ ଅବସାଦକୁ ସେ ଚାଲିଯାଉଛି । ତେବେ ସେ ଏକ ବଡ ଗୁମର ଖୋଲିଛନ୍ତି । ଅର୍ବାଜଙ୍କ ଏକ କଥା ତାଙ୍କୁ ଚକିତ କରିଥିବା ଅସଲାମ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆର୍ଯ୍ୟନ ଓ ଅର୍ବାଜ ଭଲ ସାଙ୍ଗ । ସେମାନେ ସବୁକିଛି ସେୟାର କରିଥାନ୍ତି  । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ତେବେ ଏହି ଘଟଣା ଲମ୍ବିତ ହୋଇ ଚାଲିବ ।  ଉଭୟ ଏହି ଘଟଣା ଶୀଘ୍ର ସମାଧାନ ହେବ ବୋଲି ଭାବୁଥିଲେ । କିନ୍ତୁ ସେମାନଙ୍କୁ ଜାମିନ ମିଳୁନାହିଁ ।

ସୂଚନାଯୋଗ୍ୟ, ଆର୍ଯ୍ୟନତ ଗତ ୩ ତାରିଖରେ ଗିରଫ ହୋଇତିଲେ । ତାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କରେ ତାଙ୍କର ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ଅକ୍ଟୋବର ୮ରୁ ଆର୍ଥର ରୋଡ ଜେଲରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.