ମଲାଇକାଙ୍କ ଫଟୋ ଉଠାଉଥିବା ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଅର୍ଜୁନ କପୁର, କହିଲେ ଏମିତି…
1/03/2021 at 2:48 PM

ମୁମ୍ବାଇ ୦୧/୦୩: ଗତ ରବିବାର ରାତିରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା କରୀନାଙ୍କ ଦ୍ୱିତୀୟ ସନ୍ତାନକୁ ଦେଖିବାକୁ ଯାଇଥିଲେ । କିନ୍ତୁ ସେଠାରେ ଏକ ଏପରି ଘଟଣା ଘଟିଥିଲା ଯାହାଫଳରେ ଅର୍ଜୁନ ଖୁବ୍ ରାଗି ଯାଇଥିଲେ ।କରୀନା କପୁରଙ୍କ ଡେଲିଭରୀ ପରଠାରୁ ତାଙ୍କର ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ତାଙ୍କୁ ଭେଟିବାକୁ ଯାଉଛନ୍ତି । ଦ୍ୱିତୀୟ ସନ୍ତାନର ଜନ୍ମ ପରେ ସୈଫ-କରୀନା ତାଙ୍କର ନୂଆ ଘରକୁ ସିପ୍ଟ ହୋଇ ଯାଇଛନ୍ତି । ଅର୍ଜୁନ ଏବଂ ମଲାଇକା ମଧ୍ୟ କରୀନା କପୁରଙ୍କ ଏହି ନୂଆ ଘରେ ପହଞ୍ଚିଥିଲେ । ଘର ବାହାରେ ଠିଆ ହୋଇଥିବା ଜଣେ ଫଟୋଗ୍ରାଫରଙ୍କ ଉପରେ ଅର୍ଜୁନ ଖୁବ ରାଗି ଯାଇଥିଲେ ଯିଏକି ଅର୍ଜୁନ ଏବଂ ମଲାଇକାଙ୍କ ଫଟୋ ଉଠାଇବା ପାଇଁ ପାଚେରି ଉପରେ ଚଢି ଯାଇଥିଲେ ।
ବାସ୍ତବରେ ସେହି ବ୍ୟକ୍ତି ପାଚେରି ଉପରେ ଚଢି ସେଠାରୁ ଫଟୋ ଉଠାଉଥିଲେ । ଅର୍ଜୁନ ତାଙ୍କୁ ଓହ୍ଲାଇବାକୁ କହିଥିଲେ କିନ୍ତୁ ସେ ରାଜି ହୋଇନଥିଲେ ଏବଂ ଲଗାତାର ଫଟୋ ଉଠାଇବାକୁ ଚେଷ୍ଟା ଜାରି ରଖିଥିଲେ । ଏହା ପରେ ଅଭିନେତା ଅତ୍ୟଧିକ ରାଗିଯାଇ ଯେତେବେଳେ ତାଙ୍କ ପାଖକୁ ଯାଇଥିଲେ, ଫଟୋଗ୍ରାଫର ଜଣଙ୍କ ସେଠାରୁ ଦୌଡି ପଳାଇଥିଲେ ।
ଅର୍ଜୁନ କପୁରଙ୍କ ରାଗର ଏହି ଭିଡିଓ ଏବଂ ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମଲାଇକା ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ଅର୍ଜୁନ କଳା ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିଥିବା ବେଳେ ମଲାଇକା ଏକ ନୀଳ ଏବଂ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ଦେଖାଯାଇଛି ।