ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି

Published By : Prameya-News7 Bureau | May 22, 2022 IST

ନୂଆଦିଲ୍ଲୀ ୨୨/୦୫:  ଚଳିତ ଆଇପିଏଲରେ ମୁମ୍ବାଇର ଶେଷ ଲିଗ୍ ମ୍ୟାଚରେ ବି ଖେଳି ନାହାଁନ୍ତି ପୂର୍ବତନ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର । ତାଙ୍କୁ ଆଇପିଏଲରେ ପଦାର୍ପଣ କରିବାକୁ ଆଉ ବର୍ଷେ ଅପେକ୍ଷା କରିବାକୁ ପଡିପାରେ । ୨୦୨୧ ପରେ ୨୦୨୨ରେ ବି ସେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାଁନ୍ତି ।

ଅନୁମାନ କରାଯାଉଥିଲା ଯେ, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଅର୍ଜୁନ ପଦାର୍ପଣ କରିବେ । କାରଣ ରୋହିତ ଶର୍ମା ନୂଆ ଖେଳାଳିଙ୍କୁ ସୁଯୋଗ ଦେବେ ବୋଲି କହିଥିଲେ । କିନ୍ତୁ ଏପରି ହୋଇନଥିଲା । ତେବେ ମ୍ୟାଚ୍ ପୂର୍ବରୁ ଟିଭିରେ ଅର୍ଜୁନଙ୍କ ଭିଜୁଆଲ ଆସିଥିଲା । ସେ ପିଚରେ ରନ୍ ଅପ୍ ମାପୁଥିଲେ । ସମସ୍ତେ ଅର୍ଜୁନଙ୍କ ଖେଳିବା ନେଇ ଆଶାବାଦୀ ଥିଲେ ।

ମ୍ୟାଚ୍ ପୂର୍ବରୁ ଅଧିକାଂଶ ସମୟରେ ବୋଲରମାନେ ରନ୍-ଅପ୍ ଚେକ୍ କରିଥାନ୍ତି । ଏହାଦ୍ୱାରା ମ୍ୟାଚ୍ ବେଳେ କୌଣସି ଅସୁବିଧା ହେବ ନାହିଁ । ତେବେ ଅର୍ଜୁନ ନିଜ ପାଇଁ ନୁହେଁ ନିଜର ସାଥୀ ଖେଳାଳିଙ୍କୁ ସାହାଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ, ମୁମ୍ବାଇ ମେଗା ଅକ୍ସନରେ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲା । ଗତ ସିଜିନରେ ମଧ୍ୟ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ମୁମ୍ବାଇ କିଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.