Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ! ସାମ୍ନାକୁ ଆସିଲା ଖେଳାଳିଙ୍କ ସହ ଫଟୋ

15/09/2020 at 2:46 PM

ନୂଆଦିଲ୍ଲୀ, ୧୫|୦୯ : ଚାରିଥର ଆଇପିଏଲ ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନନ୍ସ ପଞ୍ଚମ ଥର ପାଇଁ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିଛି । ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟିମ୍ ଗତ ମାସର ଶେଷ ଆଡକୁ ୟୁଏଇରେ ପହଁଚିଥିଲା । ହୋଟେଲରେ କ୍ୱାରେଣ୍ଟାଇନ ରହିବା ସହ ପ୍ରାକ୍ଟିସ୍ ମଧ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ଏକ ଫଟୋ ଭାଇରାଲ ହୋଇଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ସଚ୍ଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଥିଲା । ଯାହା ଫ୍ୟାନ୍ ମାନଙ୍କ ଆଶ୍ଚର୍ଯ୍ୟ କରିଛି ।

ଟିମ୍ ସହ ସମୟ ବିତାଉଥିବା ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବା ପରେ ଫ୍ୟାନ୍ ମାନେ ଅନେକ ପ୍ରଶ୍ନ କରିଛନ୍ତି । ସଚିନଙ୍କ ଭଳି ଅର୍ଜୁନ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଲେ ବୋଲି ଫ୍ୟାନମାନେ କହିଛନ୍ତି । କିନ୍ତୁ ଏପରି ନୁହେଁ । ନିୟମ ଅନୁସାରେ, କୌଣସି ଖେଳାଳି ଟିମ୍‌ରୁ ବାଦ୍ ନପଡିବା ଯାଏଁ ଆଉ କେହି ସାମିଲ ହୋଇପାରିବେ ନାହିଁ । ଅର୍ଜୁନ ଅନ୍ୟ କୌଣସି କାରଣ ପାଇଁ ଟିମ୍ ସହ ଅଛନ୍ତି । ପ୍ରକୃତରେ ସମସ୍ତ ଟିମ୍ ନେଟ୍‌ରେ ବୋଲିଂ ପାଇଁ ଅତିରିକ୍ତ ବୋଲରଙ୍କୁ ଦଳରେ ନେଇଥାନ୍ତି । ତେଣୁ ମୁମ୍ବାଇ ଅର୍ଜୁନ ତେନ୍ଦୁଲକରଙ୍କୁ ସାଙ୍ଗରେ ନେଇଛି ।

ଅର୍ଜୁନ ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନେଟସ୍ ସେସନରେ ନଜର ଆସିଛନ୍ତି । ୨୦ ବର୍ଷୀୟ ଅର୍ଜୁନ ଦଳ ପାଇଁ ନେଟ୍ ବୋଲର କାମ କରିଛନ୍ତି । ସେ ନେଟସ୍‌ରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ମଧ୍ୟ ବୋଲିଂ କରିଥିଲେ । ସୂଚନାଯୋଗ୍ୟ, ସଚିନଙ୍କ ଭଳି ଅର୍ଜୁନ ଭଲ ବ୍ୟାଟସମ୍ୟାନ୍ ନୁହଁନ୍ତି । ସେ ବୋଲିଂ କରନ୍ତି ।

   Related Posts