କେବେ ଦେଇଥିଲେ ବିରାଟ କୋହଲିଙ୍କୁ ବିବାହ ପ୍ରସ୍ତାବ : ଏବେ ସଚିନ ତେନ୍ଦୁଲକରଙ୍କ ପୁଅଙ୍କ ସହ ପ୍ରେମ ସମ୍ପର୍କର ଆସୁଛି ଖବର : ଜାଣନ୍ତୁ କିଏ ଏହି ମହିଳା

Published By : Prameya-News7 Bureau | May 19, 2019 IST

ମୁମ୍ବାଇ ୧୯/୫: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଇଥାଏ । ସେ ଯେଉଁଭଳି ଭାବେ କ୍ରିକେଟରେ ସଫଳତା ପାଇଛନ୍ତି ସମସ୍ତେ ସେହି ସ୍ଥାନକୁ ପହଞ୍ଚିପାରିବେ ନାହିଁ।

{"id":113618,"width":595,"height":446}

ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ମଧ୍ୟ କ୍ରିକେଟ ଦୁନିଆରେ ନିଜ ନାଁ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ କିଛି ଦିନ ଆଗରୁ ଅର୍ଜ୍ଜୁନଙ୍କ ସହ ଜଣେ ଝିଅଙ୍କ ଫଟୋ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏହି ଝିଅ ଜଣକ ହେଲେ ଜଣେ ମହିଳା କ୍ରିକେଟର। ସେ ବିରାଟ କୋହଲିଙ୍କୁ ମଧ୍ୟ ଟ୍ବିଟରେ ବିବାହ ପ୍ରସ୍ତାବ ଦେଇଥିଲେ।

{"id":113619,"width":595,"height":396}

ଏହି ମହିଳା କ୍ରିକେଟରଙ୍କ ନାଁ ଡେନିୟଲ୍ ବ୍ୟାସ୍। ସେ ଇଂଲଣ୍ଡର ମହିଳା କ୍ରିକେଟର। ଏହି ମହିଳା କ୍ରିକେଟର ଏବଂ ଅର୍ଜ୍ଜୁନଙ୍କ ମଧ୍ୟରେ ଘନିଷ୍ଠତା ଦେଖିବାକୁ ମିଳୁଛି। ଲୋକେ କଥା ହେଉଛନ୍ତି ଯେ ଏମାନେ ପରସ୍ପରକୁ ଡେଟ୍ କରୁଛନ୍ତି।

{"id":113620,"width":596,"height":397}

ଡେନିୟଲ୍ ଅର୍ଜ୍ଜୁନଠୁ ବୟସରେ ବହୁତ ବଡ଼। ଏମାନଙ୍କ ପ୍ରଥମ ଦେଖା ମ୍ୟାଚ୍ ସମୟରେ ହୋଇଥିଲା କାରଣ ଅର୍ଜ୍ଜୁନ ଦୀର୍ଘ ଦିନ ହେବ ଇଂଲଣ୍ଡରେ କ୍ରିକେଟ ପ୍ରାକ୍ଟିସ୍ କରୁଥିଲେ। ଡାନିୟଲଙ୍କୁ ୨୬ବର୍ଷ ହୋଇଥିବାବେଳେ ଅର୍ଜ୍ଜୁନଙ୍କୁ ମାତ୍ର ୧୮ବର୍ଷ।

{"id":113621,"width":597,"height":622}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.