Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦଣ୍ଡଯାତ୍ରା ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଅର୍ଜୁନ ସିଂଙ୍କର ମୃତ୍ୟୁ

27/04/2019 at 12:46 PM

ନିଶ୍ଚିନ୍ତକୋଇଲି ୨୭|୪: ଅସୁରେଶ୍ବର ସ୍ଥିତ ଶ୍ରୀରଘୁନାଥ ଜୀଉଙ୍କ ଦଣ୍ଡଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଅର୍ଜୁନ ସିଂଙ୍କର ମୃତ୍ୟୁ ହୋଇଛି । ଗତ ୧୯ ତାରିଖରେ ଦଣ୍ଡଯାତ୍ରା ବେଳେ ବାଣ ବିସ୍ଫୋରଣ ୨ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିଲେ ଅର୍ଜୁନ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅର୍ଜୁନଙ୍କର ମୃତ୍ୟୁ ହୋଇଛି । ତେବେ ବାଣ ଫୁଟାଇବାକୁ ମନ୍ଦିର ପ୍ରଶାସନ ଅନୁମତି ଦେଇନଥିବା ଜଣାପଡିଛି ।

   Related Posts