ଅଭିନେତା ଅର୍ଜୁନ ରାମପାଲ ପୁଅ ଆରିକଙ୍କ ସହ ଖୁସିରେ କାଟିଲେ ଛୁଟିଦିନ, ସେୟାର କଲେ ଫଟୋ
11/01/2021 at 4:12 PM

ମୁମ୍ବାଇ ୧୧।୧: ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ନିକଟରେ ତାଙ୍କ ପୁଅ ଆରିକଙ୍କ ସହ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି | ବାପା-ପୁଅ ଦୁଇ ଜଣ ସେମାନଙ୍କ ରବିବାର ଏକାଠି ଉପଭୋଗ କରୁଥିବାର ଦେଖିବାକୁ ମିଳିଛି |
ଗୋଟିଏ ଫଟୋରେ ଅର୍ଜୁନ, ଆରିକଙ୍କ ହାତ ଧରି ସନ୍ଧ୍ୟା ସମୟରେ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଫଟୋରେ ଅର୍ଜୁନ, ଆରିକଙ୍କୁ କାନ୍ଧରେ ବସାଇ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଫଟୋଟିକୁ ସେୟାର କରି ଅର୍ଜୁନ ଲେଖିଛନ୍ତି, ‘ଜୁନିଅର ସହିତ ଭଲ ରବିବାର |’
ଅର୍ଜୁନ ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ, ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଏକ ନୀଳ ରଙ୍ଗର ହାର୍ଟ ଇମୋଜୀ କମେଣ୍ଟ ଦେଇଛନ୍ତି | ଅର୍ଜୁନ ନିକଟରେ ଏକ ସାକ୍ଷାତକାରରେ ଗାବ୍ରିଏଲାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଲକଡାଉନ ସମୟରେ ସେମାନେ ଏକାଠି ସମୟ ବିତାଇଛନ୍ତି, ଲକ୍ ଡାଉନ୍ ସେମାନଙ୍କ ପାଇଁ କେତେ ଭଲ ଥିଲା ସେ ଜାଣି ନାହାଁନ୍ତି, କାରଣ ସେ ଅନୁଭବ କରୁଛନ୍ତି କି ସେ ତାଙ୍କୁ ୧୮ବର୍ଷ ଧରି ଡେଟ୍ କରୁଛନ୍ତି | ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି, ଗାବ୍ରିଏଲା ଜଣେ ଅଜ୍ଞାତ ପାଠକ ଏବଂ ଲକ୍ ଡାଉନ୍ ସମୟରେ ସେ ନିଶ୍ଚିନ୍ତ ୨୦୦ରୁ ଅଧିକ ବହି ପଢିଥିବେ |
ନିକଟରେ ନାର୍କୋଟିକ୍ସ ବ୍ୟୁରୋ ଅର୍ଜୁନ ଏବଂ ଗାବ୍ରିଏଲାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରିଥିଲା | ସେମାନଙ୍କ ଘରେ ରେଡ୍ କରିବା ସହ ଏନସିବି ଦ୍ବାରା କିଛି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ ମଧ୍ୟ କରାଯାଇଥିଲା | ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ ଅକ୍ଟୋବର ୨୦୨୦ରେ ଗିରଫ ହୋଇଥିଲେ |