ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇଙ୍କୁ ଗୋଆରୁ ଗିରଫ କଲା ଏନସିବି

Published By : Prameya-News7 Bureau | September 25, 2021 IST

ମୁମ୍ବାଇ ୨୫/୦୯ : ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମେଟ୍ରିୟଡ୍ସଙ୍କ ଭାଇ ଅଗିସିଲାଓସକୁ ଗିରଫ କରିଛି। ଅଗିସିଲାଓସ ଡେମେଟ୍ରିୟଙ୍କୁ ମୁମ୍ବାଇ ଓ ଗୋଆର ଏନସିବି ମିଳିତ ଅପରେସନ କରି ଶନିବାର ଦିନ ଗୋଆରୁ ଗିରଫ କରିଛି। ଏଏନଆଇ ଟ୍ୱିଟ ଅନୁଯାୟୀ କେନ୍ଦ୍ର ଏଜେନ୍ସି ଅଗିସିଲାଓସଙ୍କ ଠାରୁ ଚରସ ମଧ୍ୟ ଜବତ କରିଛି। ଏହା ପୂର୍ବରୁ ମଧ୍ୟ ଏନସିବି ବଲିଉଡ ଡ୍ରଗ୍ସ ମାମଲାରେ ତାଙ୍କୁ ୨୦୨୦ ଅକ୍ଟୋବରରେ ଗିରଫ କରିଥିଲା। ଅଗିସିଲାଓସ ଦକ୍ଷିଣ ଆଫ୍ରିକା ନାଗରିକ।

wp:embed {"url":"https://twitter.com/ANI/status/1441699699149336578","type":"rich","providerNameSlug":"twitter","responsive":true}
https://twitter.com/ANI/status/1441699699149336578
/wp:embed

ଏନସିବି ଗତ ବର୍ଷ ଅଗିସିଲାଓସଙ୍କ ପାଖରୁ ହଶିଷ ଓ ଏଲ୍ରାଜୋଲମ ବଟିକା ଜବତ କରିଥିଲା। ଡ୍ରଗ୍ସ ପେଡଲର ଗିରଫ ହେବାପରେ ଅଗିସିଲାଓସ ଡ୍ରଗ୍ସ ମାମଲାରେ ଲିପ୍ତ ଥିବା ମାମଲା ସାମ୍ନାକୁ ଆସିଥିଲା। ଗତ ବର୍ଷ ଡ୍ରଗ୍ସ ମାମଲାରେ ଏନସିବି ଅଗିସିଲାଓସଙ୍କ ପୂର୍ବରୁ ଆଉ ୨୨ ଜଣଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.