Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଓଠକୁ କ୍ରିଟିସାଇଜ କଲେ ଟ୍ରୋଲର୍ସ : ଚିଡ଼ିଗଲେ ଗାବ୍ରିଏଲା

15/05/2020 at 6:37 PM

ମୁମ୍ବାଇ ୧୫/୫: ବଲିଉଡ ଅଭିନେତା ଅର୍ଜୁନ ରାମପାଲ୍ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ସହ ନିଜ ରିଲେସନକୁ ନେଇ ସବୁବେଳେ ସିରିୟସ୍। ବିବାହ ପୂର୍ବରୁ ସେମାନେ ଫ୍ୟାମିଲି ପ୍ଲାନିଂ କରି ସନ୍ତାନ ଜନ୍ମ ଦେଇଥିବାବେଳେ ଏବେ ଗାବ୍ରିଏଲା ତାଙ୍କୁ ଟ୍ରୋଲ୍ କରିଥିବା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଅତ୍ୟନ୍ତ ଶାନ୍ତ ଅନ୍ଦାଜରେ ଏପରି ଜବାବ ଦେଇଛନ୍ତି ଯେ ୟୁଜର୍ସଙ୍କୁ ଲାଇନରେ ଆଣି ଦେଇଛନ୍ତି।

View this post on Instagram

New normal. Virtual creation with @taras84 ft @rampal72

A post shared by Gabriella Demetriades (@gabriellademetriades) on

ନିକଟରେ ଗାବ୍ରିଏଲା ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଥିଲେ। ଏହି ଫଟୋକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ଫଟୋରେ ୟୁଜର୍ସ ଗାବ୍ରିଏଲାଙ୍କ ଓଠକୁ କମେଣ୍ଟ କରି ଟ୍ରୋଲ୍ କରିଥିଲେ। ଏଥିରେ ଗାବ୍ରିଏଲା ଏପରି ଜବାବ ଦେଇଥିଲେ ଯେ ଟୋଲର୍ସଙ୍କୁ ଚୁପ୍ କରି ଦେଇଥିଲେ। ଟ୍ରୋଲର୍ସ ଫଟୋକୁ କମେଣ୍ଟ କରି ଲେଖିଥିଲେ ଯେ ‘ ବେଳେ ବେଳେ ତାଙ୍କୁ ଗାବ୍ରିଏଲାଙ୍କ ଓଠ ଅଦ୍ଭୁତ ଦେଖାଯାଇଥାଏ। ଏପରି କାହିଁକି?’

View this post on Instagram

Who knew how good he was at vacuuming ? #myquarantine

A post shared by Gabriella Demetriades (@gabriellademetriades) on

ଟ୍ରୋଲର୍ସଙ୍କ ଏହି କମେଣ୍ଟରେ ଗାବ୍ରିଏଲା ଉତ୍ତର ଦେଇଥିଲେ ଯେ ,‘ ସେ ଏହି ବିଷୟରେ ନିଜ ବାପା ମାଆଙ୍କ ସହ କଥା ହେବେ ଏବଂ ଏହାକୁ ସମାଧାନ କରିବାକୁ ଉଦ୍ୟମ କରିବେ।’ ଏହି ଉତ୍ତରକୁ ଶୁଣି ଟ୍ରୋଲର ଲାଇନକୁ ଆସି ଯାଇଥିଲେ ଏବଂ ସେ ଗାବ୍ରିଏଲାଙ୍କ ଓଠକୁ ପ୍ରଶଂସା କରି କହିଥିଲେ,‘ ଏପରି କରିବେ ନାହିଁ,କାରଣ ଏହା ପ୍ରାକୃତିକ। ହଁ,ବେଳେବେଳେ ଏହା ଅଦ୍ଭୁତ ଲାଗିଥାଏ ,ନହେଲେ ଏହା ବହୁତ ସୁନ୍ଦର ଏବଂ କ୍ୟୁଟ୍।’

ଗାବ୍ରିଏଲା ଏବଂ ଅର୍ଜୁନ ଦୀର୍ଘ ଦିନରୁ ରିଲେସନରେ ଅଛନ୍ତି। ଗାବ୍ରିଏଲା ବିବାହ ପୂର୍ବରୁ ଅର୍ଜୁନ ରାମପାଲଙ୍କ ସନ୍ତାନକୁ ଜନ୍ମ ଦେଇ ସାରିଛନ୍ତି। ଅର୍ଜୁନଙ୍କ ପୂର୍ବରୁ ଦୁଇ ଝିଅ ଅଛନ୍ତି। ଅର୍ଜୁନ ଏବଂ ତାଙ୍କ ପତ୍ନୀ ମେହେରଙ୍କ ନିକଟରେ ଛାଡ଼ପତ୍ର ଦିଆନିଆ ସରିଛି। ଉଭୟଙ୍କ ୨୧ବର୍ଷ ପରେ ବିବାହ ବିଚ୍ଛେଦ ହୋଇଥିଲା।

୨୦୧୯ମସିହା ଅପ୍ରେଲ୍ ୩୦ତାରିଖରେ ଦୁହେଁ କୋର୍ଟରେ ଛାଡ଼ପତ୍ର ଅପିଲ କରିଥିଲେ।

   Related Posts