ବିବାହ ପୂର୍ବରୁ ଗର୍ଭବତୀ ହେଲେ ଅର୍ଜ୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା : ଅର୍ଜ୍ଜୁନ ସେୟାର କଲେ ଗର୍ଭବତୀ ହେବା ଖବର

Published By : Prameya-News7 Bureau | April 24, 2019 IST

ମୁମ୍ବାଇ ୨୪/୪: ଅର୍ଜ୍ଜୁନ ରାମପାଲ ତୃତୀୟ ଥର ପିତା ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଅର୍ଜ୍ଜୁନ ଦକ୍ଷିଣ ଆଫ୍ରିକାର ମଡେଲ୍ ଗାବ୍ରିଏଲାଙ୍କ ସହ ନିଜର ସମ୍ପର୍କକୁ ଅଫିସିଆଲ କରିଥିଲେ ଏବଂ ସେ ଏବେ ଗାବ୍ରିଏଲାର ଗର୍ଭବତୀ ହେବା ଖବରକୁ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଗାବ୍ରିଏଲାଙ୍କ ବେବି ବମ୍ପ ଭଲ ଭାବେ ଦେଖାଯାଉଛି। ଫଟୋର କ୍ୟାପସନରେ ଅର୍ଜ୍ଜୁନ ଲେଖିଛନ୍ତି-‘ଥ୍ୟାଙ୍କ ୟୁ ବେବି ଫର ଦିସ୍ ବେବି’।

{"id":106750,"width":595,"height":340}

ଏହି ଫଟୋରେ ଅର୍ଜ୍ଜୁନଙ୍କ ଅନେକ ସେଲିବ୍ରିଟି ବନ୍ଧୁ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଅର୍ଜ୍ଜୁନ ଗତ ବର୍ଷ ମଇ ମାସରେ ତାଙ୍କ ପତ୍ନୀ ମେହେର ଜେସିଆଙ୍କୁ ଛାଡ଼ପତ୍ର ଦେଇଥିଲେ। ୨୦ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ତାଙ୍କର ଏବଂ ମେହେରଙ୍କ ଦୁଇ ଝିଅ ଅଛନ୍ତି। ଛାଡ଼ପତ୍ରର କିଛି ଦିନ ପରେ ହିଁ ସେ ଗାବ୍ରିଏଲାଙ୍କୁ ଡେଟ୍ କରିଥିଲେ। ବର୍ତ୍ତମାନ ଅର୍ଜ୍ଜୁନ ଏବଂ ଗାବ୍ରିଏଲା ବିବାହକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

{"id":106752,"width":595,"height":358}

ଅର୍ଜ୍ଜୁନ ବିଭିନ୍ନ ଅବସରରେ ଗାବ୍ରିଏଲାଙ୍କ ସହ ନଜର ଆସିଛନ୍ତି। ଗାବ୍ରିଏଲାଙ୍କୁ ଏଫଏଚଏମର ସବୁଠୁ ସେକ୍ସି ମହିଳାଙ୍କ ମଧ୍ୟରେ ସାମିଲ କରାଯାଇଛି।

{"id":106762,"width":594,"height":357}

ଏହା ବ୍ୟତୀତ ସେ ମିସ୍ ଆଇପିଏଲ୍ ବଲିଉଡ ମଧ୍ୟ ହୋଇଛନ୍ତି। ସେ ଦକ୍ଷିଣ ଭାରତୀୟ ଫିଲ୍ମ ‘ରେଡ ଓ୍ବାଇନ’ର ଏକ ଗୀତରେ ମଧ୍ୟ ନଜର ଆସିଥିଲେ। ଅର୍ଜ୍ଜୁନ ଶେଷ ଥର ‘ଡାଡି’ ଫିଲ୍ମରେ ନଜର ଆସିଥିଲେ।

{"id":106757,"width":596,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.