ମଲାଇକା ନୁହେଁ ଏହି ଯୁବତୀଙ୍କ ସହ ବ୍ଲାଇଣ୍ଡ ଡେଟ୍‌ରେ ଗଲେ ଅର୍ଜୁନ୍

Published By : Prameya-News7 Bureau | January 31, 2020 IST

ମୁମ୍ବାଇ୩୧|୧: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ମଲାଇକାଙ୍କ ରିଲେସନଶିପ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ଉଭୟ ଏବେ ନିଜ ରିଲେସନଶିପ୍‌ ଫେଜ୍‌କୁ ଏନ୍‌ଜୟ କରୁଛନ୍ତି। ଅଧିକାଂଶ ସମୟରେ ଦୁହେଁଙ୍କୁ ଏକା ସହ ସ୍ପଟ୍‌ କରାଯାଏ। ନିକଟରେ ଅର୍ଜୁନ ଏକ ବ୍ଲାଇଣ୍ଡ ଡେଟ୍‌ରେ ଯାଇଥିଲେ । ହେଲେ ମଲାଇକଙ୍କ ସହ ନୁହେଁ ବରଂ ଆଉ ଜଣେ ଯୁବତୀଙ୍କ ସହ ସେ ଡେଟ୍‌ରେ ଯାଇଥିଲେ। ଏହି ଟୁଇଷ୍ଟ ଜାଣିବା ପରେ ଅଧିକାଂଶ ଲୋକେ ଆଚମ୍ବିତ ହୋଇଛନ୍ତି।

{"id":218194,"width":551,"height":597,"sizeSlug":"large"}

ତେବେ ପ୍ରକୃତରେ କରନ ଜୋହରଙ୍କର ଏକ ନୂଆ ଶୋ’ ନେଟ୍‌ଫ୍ଲିକ୍ସରେ ଆସିଛି। ଏହି ଶୋ’ର ନାଁ ହେଉଛି 'What The Love' । ଏହି ଶୋ’ରେ ଅର୍ଜୁନ କପୁର ଓ ଆଶୀ ବ୍ଲାଇଣ୍ଡ ଡେଟ୍‌ରେ ଯାଇଛନ୍ତି। ଅର୍ଜୁନ କପୁର ନିଜେ ଏହାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ଅର୍ଜୁନ ଲେଖିଛନ୍ତି ଯେ, 'What The Love'ର ବିହାଇଣ୍ଡ ସିନ୍‌। ସେ ଲେଖିଛନ୍ତି ଯେ, ଏହି ଡେଟ୍‌ ତାଙ୍କର ପ୍ରଥମ ବ୍ଲାଇଣ୍ଡ ଡେଟ୍‌। ଡେଟ୍‌ରେ ଯାଇ ତାଙ୍କୁ ବହୁତ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ନେଟ୍‌ଫ୍ଲିକ୍ସରେ ଏହି ଏପିସୋଡ୍‌ ଷ୍ଟ୍ରିମ୍‌ ହୋଇସାରିଛି।

{"id":218195,"sizeSlug":"large"}

ଭିଡିଓରେ ଆଶୀଙ୍କ ସହ ଅର୍ଜୁନ ବହୁତ କର୍ମ୍ଫଟେବଲ୍‌ ନଜର ଆସିଛନ୍ତି। ଏହି ଭିଡିଓକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଅର୍ଜିୁନ କପୁର ମଲାଇକାଙ୍କୁ ନେଇ ବହୁତ ପ୍ରୋଟେକ୍ଟିଭ୍‌ ରୁହନ୍ତି। ଅର୍ଜୁନ କପୁରଙ୍କର ଫିଲ୍ମ ପାନିପତ୍‌ ନିକଟରେ ରିଲିଜ ହୋଇଥିଲା। ଏହା ଏକ ଡ୍ରାମା ବେସ୍ଡ ଫିଲ୍ମ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, କୃତି ସାନ୍‌ନ୍‌ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  

wp:core-embed/instagram {"url":"https://www.instagram.com/tv/B78BDruJK_0/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/B78BDruJK_0/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.