ହଲିଉଡ ମାୟାରେ ବାୟା ଅର୍ଜୁନ କପୁର : ତାଙ୍କ ଭାଇରାଲ୍ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍

Published By : Prameya-News7 Bureau | May 26, 2020 IST

ମୁମ୍ବାଇ ୨୬/୫: ବଲିଉଡ ଅଭିନେତା ଅର୍ଜୁନ କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ଏବଂ ମଜାଳିଆ ପୋଷ୍ଟ୍ କରି ପ୍ରଶଂସକଙ୍କୁ ଏଣ୍ଟରଟେନ୍ କରନ୍ତି। ଏବେ ସେ ନିଜର ଏପରି ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବିଲକୁଲ ଭିନ୍ନ ଲୁକରେ ନଜର ଆସିଛନ୍ତି। ଏହା ସହିତ ସେ ନିଜ ପ୍ରିୟ ହଲିଉଡ ଅଭିନେତାଙ୍କ ଖୁଲାସା ମଧ୍ୟ କରିଛନ୍ତି।

{"id":276245,"sizeSlug":"large"}

ଫଟୋରେ ଅର୍ଜୁନ କପୁର ହଲିଉଡ ଫିଲ୍ମ ଶେରଲକ୍ ହୋମ୍ସର କ୍ୟାରେକ୍ଟର ରବର୍ଟ ଡାଉନି ଜୁନିୟରଙ୍କ ଲୁକରେ ନଜର ଆସିଛନ୍ତି। ଶେରଲକ୍ ହୋମ୍ସ୍ ଏକ ଗୁଇନ୍ଦା ଫିଲ୍ମ,ଯେଉଁଥିରେ ହଲିଉଡ ଅଭିନେତା ରବର୍ଟ ଡାଉନି ଜୁନିୟର ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫଟୋ ସେୟାର କରି ଅର୍ଜୁନ କ୍ୟାପସନରେ ଲେଖିଥିଲେ,‘ଏକ ସ୍ପଷ୍ଟ ତଥ୍ୟରୁ ଅଧିକ ମାୟାବୀ କିଛି ନାହିଁ,ତାଙ୍କର ପ୍ରିୟ ଚରିତ୍ର ଭୂମିକାରେ ଅଭିନୟ କରିଥିବା ତାଙ୍କର ପ୍ରିୟ ଅଭିନେତା ରବର୍ଟ ଡାଉନି ଜୁନିୟର।’ ଅର୍ଜୁନଙ୍କ ଏହି ଆର୍ଟଓ୍ବାର୍କ ସ୍ବପ୍ନିଲ ପାଓ୍ବାର ପ୍ରସ୍ତୁତ କରିଛନ୍ତି।

wp:core-embed/instagram {"url":"https://www.instagram.com/p/CAnCMapJhm8/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAnCMapJhm8/?utm_source=ig_embed
/wp:core-embed/instagram

ଅର୍ଜୁନଙ୍କ ଏହି ଫଟୋକୁ କେବଳ ସାଧାରଣ ୟୁଜର୍ସ ନୁହେଁ ବରଂ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅନ୍ୟ କଳାକାର ମଧ୍ୟ ପସନ୍ଦ କରିଛନ୍ତି। ସମସ୍ତେ ନିଜ ନିଜ ରିଆକ୍ସନ୍ ମଧ୍ୟ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.