‘ବୟସରେ ଅନ୍ତର, ପୂର୍ବରୁ ଏକ ସନ୍ତାନ’, ମଲାଇକା ସହ ସମ୍ପର୍କକୁ ନେଇ ଅର୍ଜନୁ କପୁର କହିଲେ ଏମିତି କଥା

Published By : Prameya-News7 Bureau | May 22, 2021 IST

ମୁମ୍ବାଇ ୨୨/୦୫: ​ଅର୍ଜୁନ କପୁର ଏବଂ ମଲାଇକା ଆରାରା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିଆସୁଛନ୍ତି। ବେଳେବେଳେ ଉଭୟଙ୍କୁ ମଧ୍ୟ ଟ୍ରୋଲ୍ କରାଯାଏ କିନ୍ତୁ ସେମାନେ ନିଜ ସମ୍ପର୍କକୁ ନେଇ ସେତେଟା ମୁହଁ ଖୋଲନ୍ତି ନାହିଁ । ନିକଟରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଅର୍ଜୁନ କପୁରଙ୍କୁ ପଚରାଯାଇଥିଲା ଯେ ସେ ଜଣେ ଅତ୍ୟନ୍ତ ପ୍ରଗତିଶୀଳ ବିଚାରଧାରାର ମଣିଷ, କିନ୍ତୁ ସେ ଜଣେ ବୟସ୍କା ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି, ଯାହାଙ୍କର ପୂର୍ବରୁ ଏକ ସନ୍ତାନ ମଧ୍ୟ  ଅଛି। ଏହା ଉପର ଅର୍ଜୁନ କହିଛନ୍ତି, ସେ ନିଜ ସାଥୀଙ୍କୁ ସମ୍ମାନ କରନ୍ତି ଏବଂ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ପଡିଥାଏ |

wp:html
/wp:html

ଅର୍ଜୁନ କହିଛନ୍ତି, ‘ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କହିବାକୁ ଚେଷ୍ଟା କରେ ନାହିଁ କାରଣ ମୁଁ ଭାବୁଛି ତୁମେ ତୁମର ସାଥୀଙ୍କୁ ସମ୍ମାନ ଦେବା ଉଚିତ୍। ତାହା ତାଙ୍କର ଅତୀତ ଥିଲା ... ଏବଂ ମୁଁ ଏପରି ସ୍ଥିତିରେ ଅଛି ଯେଉଁଠାରେ ମୁଁ ଜିନିଷକୁ ସାର୍ବଜନିକ ରୂପରେ ଦେଖିଛି ଏବଂ ଏହା ସର୍ବଦା ବହୁତ ଭଲ ହୋଇନଥାଏ କାରଣ ଏହାଦ୍ୱାରା ପିଲାମାନଙ୍କ ଉପରେ ପ୍ରଭାବ ପଡିଥାଏ। '

ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ଚେଷ୍ଟା କରେ ଏବଂ ଏକ ସମ୍ମାନଜନକ ସୀମା ରଖିଥାଏ । ମୁଁ ତାହା କରିଥାଏ ଯାହା ତାଙ୍କୁ ସହଜ ଲାଗିଥାଏ ଏବଂ ମୋର କ୍ୟାରିୟର ମୋ ସମ୍ପର୍କ ଉପରେ ନିର୍ଭର କରିବା ଉଚିତ୍ ନୁହେଁ । ତେଣୁ ଆପଣଙ୍କୁ ଏକ ସୀମା ତିଆରି କରିବାକୁ ପଡିବ। '

୨୦୧୯ ମସିହାରେ ଅର୍ଜୁନ କପୁର ଏବଂ ମଲାଇକା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସେମାନଙ୍କ ସମ୍ପର୍କ ବିଷୟରେ ସର୍ବସାଧାରଣରେ ଜଣାଇଥିଲେ । ମଲାଇକା ଅଭିନେତା-ନିର୍ମାତା ଅରବାଜ ଖାନଙ୍କୁ ବିବାହ କରିଥିଲେ। ୨୦୧୭ ରେ ଦୁହେଁ ଛାଡପତ୍ର ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.