ଆଲିୟା ଭଟ୍ଟଙ୍କ ଯୋଗୁଁ ବଦନାମ୍ ହେଲେ ବଲିଉଡ ଷ୍ଟାର : ଅର୍ଜ୍ଜୁନ କପୁର କଲେ ଖୁଲାସା

Published By : Prameya-News7 Bureau | April 27, 2020 IST

ମୁମ୍ବାଇ ୨୭/୪: କରୋନା ଭାଇରସ୍ ଯୋଗୁଁ ଲକଡାଉନରେ ସମସ୍ତେ ନିଜ ସୁରକ୍ଷା ପାଇଁ ଘରେ ବନ୍ଦ ଅଛନ୍ତି। ସବୁବେଳେ ବ୍ୟସ୍ତ ରହୁଥିବା ବଲିଉଡ ସେଲିବ୍ରିଟି ମଧ୍ୟ ଏବେ ନିଜ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପାଖାପାଖି ସମସ୍ତ ସେଲିବ୍ରିଟି ନିଜ ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଲାଇଭ ଇଣ୍ଟରଭ୍ୟୁ ଜରିଆରେ ଯୋଡ଼ି ହୋଇ ଯାଇଛନ୍ତି। ନିକଟରେ ଅଭିନେତା ଅର୍ଜୁନ କପୁର ମଧ୍ୟ ଏକ ସାକ୍ଷାତକାରରେ ବର୍ତ୍ତମାନର ପରିସ୍ଥିତିକୁ ନେଇ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ସହ ଜଡ଼ିତ କଥା ସେୟାର କରିଛନ୍ତି। ଏହି ସାକ୍ଷାତକାର ସମୟରେ ଗୋଟିଏ ପ୍ରଶ୍ନରେ ଅର୍ଜୁନ କପୁର କଫି ଓ୍ବିଥ କରଣରେ ଆଲିୟା ଭଟ୍ଟଙ୍କୁ ପଚରାଯାଇଥିବା ପ୍ରଶ୍ନ କଥା କହିଥିଲେ,ଯାହାକୁ ନେଇ ସେ ଟ୍ରୋଲ୍ ହୋଇଥିଲେ।

{"id":260797,"sizeSlug":"large"}

ଅର୍ଜୁନ କପୁର ଏହି ସାକ୍ଷାତକାରରେ ପ୍ରଶ୍ନ କରିଥିଲେ ଯେ କାହିଁକି ଲୋକଙ୍କୁ ଇଣ୍ଟେଲିଜେନ୍ସ ମାମଲାରେ ଷ୍ଟାରଙ୍କଠୁ କମ୍ ଆଶା ରହିଥାଏ? ଅର୍ଜୁନ ନିକଟରେ ଫିଲ୍ମ କମ୍ପନିୟନର ଏକ କୁଇଜ୍ ଭିଡିଓରେ ଭାଗ ନେଇଥିଲେ,ଏହି ସମୟରେ ତାଙ୍କୁ ଅନୁପମା ଚୋପ୍ରା ଅନେକ ପ୍ରଶ୍ନ ପଚାରିଥିଲେ। ଏଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ଅର୍ଜୁନ କପୁର ଯେଉଁଠି ରହୁଛନ୍ତି ସେଠାକାର ପିନ୍ କୋଡ କ’ଣ? ଏହି ପ୍ରଶ୍ନରେ ଅର୍ଜ୍ଜୁନ କପୁର ପୂରା ଠିକ୍ ଉତ୍ତର ଦେଇଥିଲେ। କିନ୍ତୁ ଏହି ପ୍ରଶ୍ନରେ ଉଦାସ ହୋଇ ଅର୍ଜ୍ଜୁନ କହିଥିଲେ ଯେ ଏଥିରୁ ଜାଣି ହେଉଛି ଯେ ଇଣ୍ଟେଲିଜେନ୍ସ ଏବଂ ନଲେଜ ମାମଲାରେ ଷ୍ଟାରଙ୍କ ସ୍ତର କେତେ ତଳେ ରଖା ଯାଇଛି?

{"id":260798,"width":590,"height":529,"sizeSlug":"large"}

ସେ କହିଥିଲେ ଯେ ଏହା ତାଙ୍କୁ କାହିଁକି ଜଣା ନଥିବ? ଏହା ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସେଟ୍ କରାଯାଇଥିବା ନିମ୍ନ ବେଞ୍ଚମାର୍କ ଅଟେ। କଫି ଓ୍ବିଥ କରଣରେ ଆଲିୟାଙ୍କୁ କରାଯାଇଥିବା ପ୍ରଶ୍ନ ପୂରା ଫିଲ୍ମ ଫ୍ୟାଟର୍ନିଟିର IQ କୁ ବରବାଦ କରି ଦେଇଛି। ଏହା ପରେ ମଧ୍ୟ ଅର୍ଜ୍ଜୁନ ଅନେକ ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ।

{"id":260799,"sizeSlug":"large"}

୨୦୧୨ମସିହାରେ କଫି ଓ୍ବିଥ କରଣରେ ଏକ ଏପିସୋଡରେ ଆଲିୟା ଭଟ୍ଟଙ୍କୁ କରଣ ଜୋହର ପଚାରିଥିଲେ ଯେ ଭାରତର ରାଷ୍ଟ୍ରପତି କିଏ? ଏଥିରେ ଆଲିୟା କହିଥିଲେ,ପୃଥ୍ବୀରାଜ ଚୌହାନ। ଉତ୍ତର ଭୁଲ୍ ଥିବାରୁ ତାଙ୍କୁ ବର୍ଷ ବର୍ଷ ଧରି ଟ୍ରୋଲ୍ ହେବାକୁ ପଡ଼ିଥିଲା। ପରେ ଆଲିୟା କହିଥିଲେ ତରତର ହୋଇ ଉତ୍ତର ଦେବାରୁ ସେ ଭୁଲ୍ କହି ଦେଇଥିଲେ।

{"id":260800,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.