ମର୍ସିଡିଜ୍‌ର ଦାମୀ ଗାଡ଼ି କିଣି ରଣବୀରଙ୍କ ସମକକ୍ଷ ହେଲେ ଅର୍ଜୁନ୍‌ କପୁର, ଜାଣନ୍ତୁ କେତେ ଦାମ୍‌

Published By : Prameya-News7 Bureau | September 08, 2021 IST

ମୁମ୍ୱାଇ, ୦୮/୦୯: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ମର୍ସିଡିଜ୍‌ କମ୍ପାନୀର ଏକ ଦାମୀ ଗାଡ଼ି କିଣି ସାଙ୍ଗ ରଣବୀର କପୁରଙ୍କ ସହ ଏକ ପ୍ରକାର ସମକକ୍ଷ ହୋଇଛନ୍ତି । ପୂର୍ବରୁ ଅର୍ଜୁନଙ୍କ ଗାରେଜ୍‌ରେ ମାସେରାତି ଲେଭେଣ୍ଟେ, ଅଡି କ୍ୟୁ୫, ହୋଣ୍ଡା ସି-ଆରଭି ଏବଂ ଲ୍ୟାଣ୍ଡ ରୋଭର ଭଳି ଦାମୀ ଗାଡ଼ି ରହିଛି । ବର୍ତ୍ତମାନ ସେ ମେବ୍ୟାଚ୍‌ GLS600 SUV ଗାଡ଼ିକୁ ତାଙ୍କ ଗାରେଜ୍‌ରେ ସାମିଲ୍‌ କରିଛନ୍ତି । ଯାହାର ଦାମ୍‌ ପାଖାପାଖି ୨ କୋଟି ୪୩ ଲକ୍ଷ ।

ଗତବର୍ଷ ଅର୍ଜୁନ୍‌ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ । ସେଥିରୁ ଭଲ ହେବାପରେ ସେ ନିୟମିତ ଜିମ୍‌ ଯିବା ସହ ଶାରୀରିକ ପରିଶ୍ରମ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଫିଟ୍‌ନେସ୍ ସ୍ତରକୁ ସେ ବଢ଼ାଇ ଦେଇଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ସେ ସୋମବାର ଏନେଇ ପୋଷ୍ଟ ମଧ୍ୟ କରିଥିଲେ । କୋଭିଡ୍‌ ପରର ସ୍ଥିତି ବିଷୟରେ ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ । ଏଥିସହିତ ଜିମ୍‌ କରୁଥିବା ସମୟର ଏକ ଫଟୋ ଇନ୍‌ଷ୍ଟାରେ ସେ ସେୟାର କରିଥିଲେ ।

ଇନ୍‌ଷ୍ଟାରେ ସେ ଲେଖିଥିଲେ ଯେ, ଏକ ବାର୍ଷିକୀର ପୂର୍ତ୍ତି! ଆପଣ ଭାବୁଥିବା ଯେ ମୁଁ କେଉଁ ବାର୍ଷିକୀ କଥା କହୁଛି ? ଏହା କୌଣସି ଖୁସିର ବାର୍ଷିକୀ ନା ଆଉ କିଛି । ତେବେ ମୁଁ covid-19ରେ ପଜିଟିଭ୍ ହେବାର ଗୋଟିଏ ବର୍ଷ ପୂର୍ଣ୍ଣ ହୋଇଛି । ଯେଉଁଥି ପାଇଁ ମୁଁ ଦୁର୍ବଳ ହୋଇଯାଇଥିଲି । ଲକ୍‌ଡାଉନରେ ବାହାରକୁ ଯିବା ଆସିବା କରୁଥିଲି । ଯାହାଫଳରେ କୋଭିଡରେ ଆକ୍ରାନ୍ତ ହୋଇଥିଲି । ସେହି କିଛିଦିନ ମୋ ପାଇଁ ସବୁଠାରୁ ବିବ୍ରତକର ଥିଲା ବୋଲି ସେ କହିଛନ୍ତି । ଏହାର କ୍ୟାପସନରେ ଅର୍ଜୁନ୍‌ ଲେଖିଛନ୍ତି ଯେ, ମୁଁ ନିଜକୁ ପରିବର୍ତ୍ତନ କରିବା ପାଇଁ ଲାଗିପଡ଼ିଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.