ଅର୍ଜୁନ କପୁର କିଣିଲେ ଲ୍ୟାଣ୍ଡ୍ ରୋଭର୍ ଡିଫେଣ୍ଡର୍: ଜାଣନ୍ତୁ ଏହାର ଦାମ୍ କେତେ

Published By : Prameya-News7 Bureau | April 13, 2021 IST

ମୁମ୍ବାଇ ୧୩/୦୪ : ବଲିଉଡ ଅଭିନେତା ଅର୍ଜୁନ କପୁର ନିଜ ପାଇଁ ଏକ ବ୍ରାଣ୍ଡ ନ୍ୟୁ କାର୍ କିଣିଛନ୍ତି। ବାହାରକୁ ବାହାରିଲେ ଅର୍ଜୁନଙ୍କ କାର୍ ଉପରେ ଲୋକଙ୍କ ଆଖି ଲାଖି ଯାଉଛି। ଯେତେଦୂର ଯାଏଁ କାର୍ ନଜର ଆସୁଛି ଲୋକେ ଚାହିଁ ରହୁଛନ୍ତି। ନିକଟରେ ଅର୍ଜୁନ ନିଜ ନୂଆ କାରରେ ମୁମ୍ବାଇରେ ନଜର ଆସିଥିଲେ। ତେବେ ଆପଣ ବି ଜାଣିବାକୁ ଚାହୁଁଥିବେ ଯେ ଅର୍ଜୁନ କେଉଁ କାର୍ କିଣିଛନ୍ତି ଏବଂ ଏହାର ଦାମ୍ କେତେ।

ଅର୍ଜୁନ କପୁର ନିଜ ପାଇଁ ଲ୍ୟାଣ୍ଡ୍ ରୋଭର୍ ଡିଫେଣ୍ଡର୍ Land Rover Defender କିଣିଛନ୍ତି। ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଅର୍ଜୁନଙ୍କ କାର୍ ଦେଖି ଲୋକେ ଦିୱାନା। ଏହି କାରର ଦାମ ୧ କୋଟିରୁ ଅଧିକ।

wp:html
/wp:html

କିଛି ଦିନ ପୂର୍ବରୁ ଅର୍ଜୁନଙ୍କ ଦାଦା ଅନିଲ କପୁର ମଧ୍ୟ ଆକର୍ଷକ କାର୍ କିଣିଥିଲେ। ଅନିଲ କପୁର ପତ୍ନୀ ସୁନିତା କପୁରଙ୍କୁ ତାଙ୍କ ଜନ୍ମଦିନରେ ଏକ ମର୍ସିଡିଜ୍ ବେଞ୍ଜ ଉପହାର ଦେଇଛନ୍ତି। ଏହାର ଦାମ ମଧ୍ୟ ୧ କୋଟିରୁ ଅଧିକ।

ନିକଟରେ ଅଭିନେତା କାର୍ତିକ ଆର୍ଯ୍ୟନ ମଧ୍ୟ ନିଜ ପାଇଁ ଏକ Lamborghini Urus କିଣିଛନ୍ତି। କିଛି ଦିନ ପୂର୍ବରୁ ସୈଫ ଅଲି ଖାନ ମଧ୍ୟ ଏହି ଗାଡିର ଟେଷ୍ଟ ଡ୍ରାଇଭ୍ ନେଇଥିବା ନଜର ଆସିଥିଲେ। ତେବେ ସେ ଏହି କାର୍ କିଣିବେ ନା ନାହିଁ କିଛି ଚିନ୍ତା କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.