Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ନୂଆବର୍ଷରେ ମଲାଇକା-ଅର୍ଜ୍ଜୁନଙ୍କ କିସ୍ ଫଟୋ ଭାଇରାଲ୍ : ଘଣ୍ଟାଏରେ ଅଢ଼େଇ ଲକ୍ଷ ଲାଇକ୍

2/01/2020 at 11:28 AM

ମୁମ୍ବାଇ ୨/୧: ୨୦୨୦ବର୍ଷ ଆରମ୍ଭ ହେଉ ହେଉ ମଲାଇକା ଅରୋରା ,ଅର୍ଜ୍ଜୁନ କପୁରଙ୍କୁ କିସ୍ କରୁଥିବା ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସବୁଠୁ ଖାସ୍ କଥା ହେଉଛି ଏହା ଯେ ଏହା ନିଜେ ମଲାଇକା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁ ଫ୍ୟାନମାନେ ମଲାଇକା ଏବଂ ଅର୍ଜ୍ଜୁନଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମଧ୍ୟ ଏହା ଖୁସି ଖବର।

ମଲାଇକାଙ୍କ ଏପରି କିସ୍ ଫଟୋ ଅନେକ କଥାକୁ ବୁଝାଉଛି। ପ୍ରଥମ କଥା ହେଉଛି ଏହା ଯେ ଦୁହେଁ ରିଲେସନଶିପରେ ଅଛନ୍ତି ଏବଂ ଉଭୟଙ୍କ ସମ୍ପର୍କ ବନ୍ଧୁତାଠୁ ମଧ୍ୟ ଅଧିକ।

ଏହା ପୂର୍ବରୁ ଅର୍ଜ୍ଜୁନ ଏବଂ ମଲାୟିକାଙ୍କ ରିଲେସନଶିପକୁ ନେଇ ଅନେକ କଥା ସାମନାକୁ ଆସିଛି କିନ୍ତୁ ପ୍ରଥମ ଥର ମଲାୟିକା ସୋଶିଆଲ ମିଡିଆରେ ଖୁଲମଖୁଲା ଏପରି ପ୍ରେମର ଖୁଲାସା କରିଛନ୍ତି।

ଏହି ଫଟୋକୁ ଘଣ୍ଟାଏ ଭିତରେ ଅଢ଼େଇ ଲକ୍ଷରୁ ଅଧିକ ଥର ଲାଇକ୍ କରାଯାଇଛି। ମଲାଇକା ଫଟୋର କ୍ୟାପସନରେ ଲେଖିଛନ୍ତି ଯେ ‘ ସୂର୍ଯ୍ୟ,ତାରା,ଆଲୋକ,ଖୁସି….୨୦୨୦’।

ଫଟୋରେ ଅର୍ଜ୍ଜୁନ କପୁର ଟି-ସାର୍ଟ ପିନ୍ଧି ନଜର ଆସିଛନ୍ତି ଏବଂ ମଲାଇକା ତାଙ୍କ ପଛରେ ଛିଡ଼ା ହୋଇଛନ୍ତି। ସେ ଅର୍ଜ୍ଜୁନଙ୍କ ଗାଲରେ କିସ୍ କରୁଥିବା ନଜର ଆସିଛନ୍ତି।

ଏହି ଫଟୋକୁ ଦେଖି ଲାଗୁଛି ଏହା କୌଣସି ରିସୋର୍ଟରେ ଉଠା ହୋଇଛି।

 ମଲାଇକାଙ୍କ ପ୍ରଥମ ବିବାହ ସଲମାନ ଖାନଙ୍କ ସାନ ଭାଇ ଅରବାଜ ଖାନଙ୍କ ସହ ୧୯୯୮ରେ ହୋଇଥିଲା। କିନ୍ତୁ ଏହି ବିବାହ ୨୦୧୭ମସିହାରେ ଭାଙ୍ଗି ଯାଇଥିଲା।  

   Related Posts