ଅର୍ଜ୍ଜୁନ ଏବଂ ମଲାୟିକା ଲିଭ୍-ଇନରେ ରହିପାରନ୍ତି : ଏକାଠି କିଣିବେ ଆପାର୍ଟମେଣ୍ଟ

Published By : Prameya-News7 Bureau | November 25, 2018 IST

ମୁମ୍ବାଇ ୨୫/୧୧: ବର୍ତ୍ତମାନ ଅର୍ଜ୍ଜୁନ କପୁର ଏବଂ ମଲାୟିକା ଅରୋରାଙ୍କ ଖବର ସବୁବେଳେ ମୁଖ୍ୟ ଖବର ଭାବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି। ସେମାନଙ୍କୁ ଅଧିକାଂଶ ସମୟ ଏକାଠି ଯେକୈାଣସି ଉତ୍ସବ କିମ୍ବା ଡିନର ପାର୍ଟିରେ ଦେଖିବାକୁ ମିଳୁଛି। କୁହାଯାଉଛି ଯେ ସେମାନେ ଉଭୟ ସିରିୟସ୍ ରିଲେସନଶିପରେ ଅଛନ୍ତି ତଥାପି ସେମାନେ ଚୁପ୍ ରହିବାକୁ ଉଚିତ୍ ମଣୁଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଅର୍ଜ୍ଜୁନ ଏବଂ ମଲାୟିକା ଏକାଠି ଏକ ଫ୍ଲାଟ୍ କିଣିବାକୁ ମନ ବଳାଇଛନ୍ତି। ସେମାନେ ଲୋଖଣ୍ଡଓ୍ବାଲାର କମ୍ପ୍ଲେକ୍ସର ପ୍ଲସ୍ ସୋସାଇଟିରେ ଏକାଠି ଗୋଟିଏ ଫ୍ଲାଟ୍ କିଣୁଛନ୍ତି। ଏହା ଦୁଇଜଣଙ୍କ ବିନିଯୋଗରେ କିଣାଯିବ ବୋଲି ସୂଚନା ମିଳିଛି। ସେମାନେ ପରସ୍ପରକୁ ସମୟ ଦେବାପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ସମସ୍ତେ ଅପେକ୍ଷା କରି ବସିଛନ୍ତି ଏମାନେ କେବେ ନିଜର ସମ୍ପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ଅର୍ଜ୍ଜୁନ ନିକଟରେ କଫି ଓ୍ବିଥ କରଣ ରେ ମଧ୍ୟ  ନିଜକୁ ସିଙ୍ଗଲ୍ ନଥିବା ବୋଲି କହିଥିଲେ। ତଥାପି ଅର୍ଜ୍ଜୁନ ଏବଂ ମଲାୟିକା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି। ଅର୍ଜ୍ଜୁନ କପୁର ‘ପାନିପତ’ ଏବଂ ‘ସନ୍ଦିପ ଔର ପିଙ୍କି ଫରାର’ ଫିଲ୍ମରେ ନଜର ଆସିବେ । ‘ସନ୍ଦିପ ଔର ପିଙ୍କି ଫରାର’ ଫିଲ୍ମରେ ତାଙ୍କ ସହ ପରିନିତି ଚୋପ୍ରା ଲିଡ ରୋଲରେ ଅଭିନୟ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଦୁଇ ଯୋଡ଼ିଙ୍କ ଅଭିନୀତ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦର୍ଶକଙ୍କୁ ନିରାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.