ଏବେ ସମସ୍ତେ ରାଜି, ଅର୍ଜ୍ଜୁନ କପୁର ଓ ମଲାଇକାଙ୍କ ହେବ ବିବାହ : ତାରିଖ କେବେ ଜାଣନ୍ତୁ
28/03/2019 at 5:55 PM

ମୁମ୍ୱାଇ୨୮|୩: ବୋନୀ କପୁରଙ୍କ ପୁଅ ତଥା ବଲିଉଡ ଅଭିନେତା ଅର୍ଜ୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ସମ୍ପର୍କ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି । ଅର୍ଜ୍ଜୁନ ମଲାଇକାଙ୍କୁ ବର୍ଷେ ଡେଟ କରିଲା ପରେ ବିବାହ ନିଷ୍ପତ୍ତି ନେଇଛନ୍ତି।

ଅର୍ଜ୍ଜୁନ ନିଜ କକା ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କୁ ନିଜ ବାପାଙ୍କଠୁ ଅଧିକ ମାନନ୍ତି। ଅର୍ଜ୍ଜୁନ ଓ ଅନୀଲଙ୍କ ମଧ୍ୟରେ ଖୁବ ଭଲ ବଣ୍ଡିଙ୍ଗ ରହିଆସିଛି। ଅନୀଲ ଓ ପୁରା ପରିବାର ଉଭୟଙ୍କ ସମ୍ପର୍କକୁ ମଂଜୁରୀ ଦେଇଥିବାବେଳେ ବାପା ବୋନି କପୁର କିନ୍ତୁ କେଁ ପୁରାଇଛନ୍ତି। ପରିବାର ଅନ୍. ସଦସ୍ୟ ମଲାଇକାଙ୍କୁ ନିଜ ପରିବାରର ଅଂଶ ରୂପରେ ସ୍ୱୀକାର ମଧ୍ୟ କରିଛନ୍ତି। ଖୁବ୍ କମ ସମୟରେ କପୁର ପରିବାରର ବହୁ ହେବେ ମଲାଇକା।

ଅପରପକ୍ଷରେ ସୂଚନା ମିଳିଛି ଯେ, ଆସନ୍ତା ମାସ ୧୯ ତାରିଖରେ ଉଭୟଙ୍କ ବିବାହ ହେବ। କିନ୍ତୁ ବିବାହ ତାରିଖକୁ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ବିବାହ ତାରିଖକୁ ନେଇ ଗୋପନିୟତା ଅବଲଂବନ କରାଯାଉଛି। କାରଣ ପୁଣି ଥରେ ଅର୍ଜ୍ଜୁନଙ୍କ ବାପା ବୋନୀ କପୁର ଏହି ସୂଚନାକୁ ଗୁଜବ ବୋଲି କହିଛନ୍ତି।

ବୋନୀ କପୁର ଏହି ସମ୍ପର୍କକୁ ନେଇ କୌଣସି ସିଧାସଳଖ ପ୍ରତିଶୃତି ଦେଇନାହାନ୍ତି। ସେ କିଛି ପ୍ରତିକ୍ରିୟା ମଧ୍ୟ ରଖିନାହାଁନ୍ତି । କାରଣ ସଲମାନ ଖାନ୍ଙ୍କ ପରିବାର ସହ ବୋନୀଙ୍କର ବେଶ ଭଲ ସମ୍ପର୍କ ରହିଛି । ସଲମାନଙ୍କ ଭାଇ ଅରବାଜଙ୍କ ସହ ବିବାହ ବିଚ୍ଛେଦ କରିଥିବା ମଲାଇକାଙ୍କୁ ବୋହୂ କଲେ ସଲମାନଙ୍କ ପରିବାର ସହ ସମ୍ପର୍କ ଖରାପ ହୋଇପାରେ ବୋଲି ବୋନୀ ଆଶଂକା କରୁଛନ୍ତି।

ତେବେ ଅର୍ଜ୍ଜୁନ ବିବାହ କ୍ଷତ୍ରରେ କୌଣସି କମ୍ପ୍ରମାଇଜ କରିବାକୁ ଚାହୁଁନାହାନ୍ତି। ନିଜ ସାଙ୍ଗ ସାଥିଙ୍କୁ ସେ ସବୁବେଳେ କୁହନ୍ତି ଯେ, ଯଦି ବିବାହ କରିବେ ତାହେଲେ କେବଳ ମଲାଇକାଙ୍କୁ ହିଁ କରିବେ। ଏହା ସହ ଅର୍ଜ୍ଜୁନ ପରିବାରର ଆଶୀର୍ବାଦ ମଧ୍ୟ ଚାହାନ୍ତି। ସମସ୍ତଙ୍କ ରାଜି ଓ ଖୁସୀ ସହ ସେ ବିବାହ କରିବାକୁ ଚାହାନ୍ତି। ବୋନୀ କପୁରଙ୍କ ଛଡା ପ୍ରତ୍ୟେକ ପରିବାର ସଦସ୍ୟ ଏହି ବିବାହ ସପକ୍ଷରେ ଅଛନ୍ତି।

ବୋନୀଙ୍କ ଝିଅ ଜାନଭୀ, ଖୁସି ଓ ଅଂଶୁଲା ମଧ୍ୟ ନିଜ ଭାଇଙ୍କ ବିବାହ ପାଇଁ ବେଶ ଖୁସି । ଅର୍ଜ୍ଜୁନଙ୍କ ଆଉଜଣେ ଦାଦା ସଂଜୟ କପୁର ପ୍ରଥମେ ଏହି ବିବାହ ବିପକ୍ଷରେ ଥିଲେ କିନ୍ତୁ ପରେ ସେ ମଧ୍ୟ ରାଜି ଅଛନ୍ତି । ଏହା ସହ ଅର୍ଜ୍ଜୁନଙ୍କ ଖୁଡିମାନେ ମଧ୍ୟ ବିବାହ ସପକ୍ଷରେ ଅଛନ୍ତି।
