ତା’ହେଲେ ଅର୍ଜ୍ଜୁନ କପୁର ଓ ମଲାଇକା ଆରୋରାଙ୍କ ରିସ୍ତା ପକ୍କା ?

Published By : Prameya-News7 Bureau | January 04, 2019 IST

wp:heading {"level":5}
ମୁମ୍ବାଇ୪|୧: ବୋନୀ କପୁରଙ୍କ ପୁଅ ତଥା ବଲିଉଡ ଅଭିନେତା ଅର୍ଜ୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ସମ୍ପର୍କ ନେଇ ବେଶ ଚର୍ଚ୍ଚା ଚାଲିଛି। ଅର୍ଜ୍ଜୁନ କପୁର ନିଜ କକା ସିନେମା ଜଗତର ଲିଜେଣ୍ଡ ସୁପରଷ୍ଟାର ଅନୀଲ କପୁରଙ୍କୁ ମଲାଇକାଙ୍କ ସହ ନିଜ ରିଲେସନ ବିଷୟରେ କହିଥିଲେ। ଅନୀଲ ନିଜ ୬୨ତମ ଜନ୍ମଦିନରେ ଉଭୟଙ୍କ ସମ୍ପର୍କକୁ ମଂଜୁରୀ ମଧ୍ୟ ଦେିଇଥିଲେ।
/wp:heading {"id":70394}
wp:heading {"level":5}
 ଅର୍ଜ୍ଜୁନ ଓ ଅନୀଲଙ୍କ ମଧ୍ୟରେ ଖୁବ ଭଲ ବଣ୍ଡିଙ୍ଗ ରହିଆସିଛି। ସେଥିପାଇଁ ମଲାଇକା ସହ ନିଜ ସମ୍ପର୍କ ବିଷୟରେ ସେ ନିଜ କାକାଙ୍କୁ ହିଁ କହିଥିଲେ। ଅନୀଲ କପୁର ମଲାଇକାଙ୍କୁ ନିଜ ପରିବାରର ଅଂଶ ରୂପରେ ସ୍ୱୀକାର କରିଥିଲେ। କପୁର ପରିବାରର ବହୁ ହେବେ ମଲାଇକା।
/wp:heading {"id":70395,"width":585,"height":329}
wp:heading {"level":5}
 କିନ୍ତୁ ଅର୍ଜ୍ଜୁନଙ୍କ ବାପା ବୋନୀ କପୁର ଏହି ସମ୍ପର୍କକୁ ନେଇ କିଛି ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ରଖି ନାହାଁନ୍ତି । କାରଣ ସଲମାନ ଖାନ୍‌ଙ୍କ ପରିବାର ସହ ବୋନୀଙ୍କର ବେଶ ଭଲ ସମ୍ପର୍କ ରହିଛି । ସଲମାନଙ୍କ ଭାଇ ଅରବାଜଙ୍କ ସହ ବିବାହ ବିଚ୍ଛେଦ କରିଥିବା ମଲାଇକାଙ୍କୁ ବୋହୂ କଲେ ସଲମାନଙ୍କ ପରିବାର ସହ ସମ୍ପର୍କ ଖରାପ ହୋଇପାରେ ବୋଲି ବୋନୀ ଆଶଂକା କରୁଛନ୍ତି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.