Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଛଅ ବଲ୍‌ରେ ୬ ଛକା ମାରି ଇତିହାସ ରଚିଲେ ଏହି ବ୍ୟାଟ୍ସମ୍ୟାନ୍‌, ସିକ୍ସ-ସିକ୍ସେସ୍‌ କ୍ଲବରେ ହେଲେ ସାମିଲ୍‌

21/05/2021 at 4:33 PM

ନୂଆଦିଲ୍ଲୀ ୨୧/୫: କ୍ରିକେଟ ଷ୍ଟାଡିୟମରେ ୬ ବଲ୍‌ରେ ଛଅ ଛକା ମାରିବାର ରେକର୍ଡ ହାତଗଣତି ପ୍ଲେୟରଙ୍କ ନାଁରେ ଅଛି। ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଛନ୍ତି ୩୪ ବର୍ଷୀୟ କ୍ରିକେଟର ଆରିଥରନ ବସିକରଣ। ଶୁକ୍ରବାର ୟୁରୋପିଆନ୍‌ କ୍ରକେଟ ସିରିଜ୍ (ଇସିଏସ୍‌) ଟି-୧୦ରେ ବେୟର ଅରଡିଙ୍ଗେନ୍‌ ବୁଷ୍ଟର୍ସ ପକ୍ଷରୁ ଖେଳି କୋନ୍‌ ଚାଲେଞ୍ଜର୍ସ ବିପକ୍ଷରେ ଆରିଥରନ ଏହି ରେକର୍ଡ କରିଛନ୍ତି।

  ୬ ବଲ୍‌ରେ ୬ ଛକା ମାରି ସେ କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପଞ୍ଚମ ଓଭରରେ ସେ ୬ ଛକା ମାରିଥିବା ବେଳେ ମ୍ୟାଚ୍‌ରେ ମୋଟ ୭ ଛକା ଏବଂ ୩ ଚୌକା ଲଗାଇଛନ୍ତି। ଆୟୁଷ ଶର୍ମାଙ୍କଚୁ ଧୋଇଛନ୍ତି ଆରିଥରନ। ଏହି  ମ୍ୟାଚ୍‌ରେ ଆୟୁଷ ୩୬ ରନ୍‌ ଦେଇଛନ୍ତି।  ଆରିଥରନଙ୍କ ଦମଦାର ୬୧ ରନ୍‌ ସହ ବେୟର ଅରଡିଙ୍ଗେନ୍‌ ବୁଷ୍ଟର୍ସ ୧୦ ଓଭରରେ ୮ ଓ୍ବିକେଟ ହରାଇ ୧୧୫ ରନ୍‌ କରିଥିଲା।

ତେବେ ବସିକରଣଙ୍କ ପୂର୍ବରୁ ଏକାଧିକ ବ୍ୟାଟ୍ସମ୍ୟାନ୍‌ ଏହି ରେକର୍ଡ କରିସାରିଛନ୍ତି। ସର୍ବପ୍ରଥମେ ଗ୍ୟାରୀ ସୋବର୍ସ ୧୯୬୮ରେ ୬ ବଲ୍‌ରେ ୬ ଛକା ମାରିଥିଲେ। ୧୯୮୪ରେ ରବି ଶାସ୍ତ୍ରୀ, ୨୦୦୭ରେ ଯୁବରାଜ ସିଂହ, ୨୦୦୭ରେ ହର୍ଷଲ ଗିବ୍ସ, ୨୦୧୭ରେ ରସ୍‌ ବିଟିଲି, ୨୦୧୮ରେ ହରଜତୁଲହା ଜଜଇ, ୨୦୨୦ରେ ଲିୟୋ କାର୍ଟର ଏବଂ ୨୦୨୧ରେ କିରଣ ପୋଲାର୍ଡ ୬ ବଲ୍‌ରେ ଛଅ ଛକା ମାରିଛନ୍ତି।

   Related Posts