Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସଦା ମିଶ୍ର ୪୦ବର୍ଷ ହେଲା ଗଢୁଛନ୍ତି ଆରିସା

13/01/2020 at 5:18 PM

ବଲାଙ୍ଗୀର ୧୩।୦୧  ଆରିସା ପିଠା। ନାଁ ଶୁଣିଲେ ମୁହଁରୁ ପାଣି ଆସିଯାଏ । ଆରିସା ପିଠା ଯିଏ ଥରେ ଖାଇଛି ସେ ହିଁ ଜାଣିଛି ତାର ମଜା । ବଲାଙ୍ଗୀର ଜିଲ୍ଲା ଟିକ୍ରାପଡାରେ ପ୍ରସ୍ତୁତ ହେଉଛି ଏହି ପାରମ୍ପାରିକ ଆରିସା ପିଠା ।ବୃଦ୍ଧ ମହିଳାଙ୍କ ହାତର ଆରିସା ପିଠା ଖାଇବାକୁ ଜମୁଛି ଗ୍ରାହକଙ୍କ ଭିଡ । କିନ୍ତୁ ରାଜ୍ୟ ତଥା ରାଜ୍ୟ ବାହାରେ ନାଁ କରିଥିବା ପିଠା ପ୍ରସ୍ତୁତକାରୀଙ୍କୁ ମିଳୁନି ପ୍ରେ।ତ୍ସାହନ । 

ବାହାଘର, ହେଉ କି ବ୍ରତଘର ।ସବୁଠି ଖେ।ଜାପଡେ ଆରିସା ପିଠା ।ସବୁ ପୂଜାପର୍ବରେ ବି ଆରିସା ପିଠାର ବେଶ୍ ଚାହିଦା ।ବଲାଙ୍ଗୀର ସହରରେ ଆରିସା ପିଠାକୁ ନେଇ ରହିଛି ସ୍ବତନ୍ତ୍ରତା । ସହରର ଟିକ୍ରାପଡାର ରାସ୍ତା କଡରେ ରହିଛି ଛେ।ଟିଆ ଦେ।କାନଟିଏ । ଯେଉଁଠି ୬୫ ବର୍ଷୀୟ ସଦା ମିଶ୍ର ୪୦ବର୍ଷ ହେଲା ଗଢୁଛନ୍ତି ଆରିସା ।୨ଜଣ ସହଯେ।ଗୀ ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି । ଦିନକୁ କେତେ ଖର୍ଚ୍ଚ ହେଲା କେତେ ରେ।ଜଗାର ହେଲା ସେସବୁରେ ତାଙ୍କର ନିଘା ନାହିଁ । ଗ୍ରାହକ ଆରିସା ଖାଇ ଖୁସି ମନରେ ଯାହା ଦେଲେ ସେତିକିରେ ଖୁସି ସଦା ।

କେବଳ ସଦା ନୁହନ୍ତି ଟିକ୍ରାପଡାର ବିଭିନ୍ନ ସ୍ଥାନରେ ତିଆରି ହେଉଛି ଆରିସା ପିଠା । ବିଶଷକରି ଅଭିଜ୍ଞ ବୟସ୍କ ମହିଳାମାନେ ହିଁ ଆରିସା ଗଢୁଛନ୍ତି ।ବଲାଙ୍ଗୀର ଜିଲ୍ଲା ବ୍ୟତୀତ କଟକ, ଭୁବନେଶ୍ବର, ପଡୋଶୀ ରାଜ୍ୟ ଛତ୍ତିଶଗଡ ଓ କୋଲକାତାରେ ମଧ୍ୟ ବଲାଙ୍ଗୀର ଆରିଶା ପିଠାର ଚାହିଦା ରହିଛି ।କିନ୍ତୁ ଗ୍ରାହଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଯେଉଁମାନେ ଦିନରାତି ପରିଶ୍ରମ କରୁଛନ୍ତି ସେମାନଙ୍କୁ ମିଳୁନି ପ୍ରେ।ତ୍ସାହନ ।ନା ସେମାନଙ୍କ ପାଇଁ ରହିଛି ସ୍ଥାୟୀ ଘର ନା ମିଳୁଛି ଆନୁସାଙ୍ଗିକ ବ୍ୟବସ୍ଥା । ଅନ୍ୟପଟେ ଟିକ୍ରାପଡାରେ ରାସ୍ତା ପ୍ରଶାସ୍ତି କରଣ ପାଇଁ ଜବରଦଖଲ ଉଚ୍ଛେଦ କାମ ଚାଲିଥିବା ବେଳେ ଏହାକୁ ନେଇ ଆଶଙ୍କାରେ ଏହି ମହିଳା ବ୍ୟବସାୟୀ ।

   Related Posts