ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

Published By : Prameya-News7 Bureau | September 19, 2020 IST

ବାଲେଶ୍ବର ୧୯/୯:  ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ୍ ରାୟ । ଏନେଇ  ଚର୍ଚ୍ଚା ଜୋର ଧରିଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ  ସାଂସଦ ରବିନ୍ଦ୍ର ଜେନାଙ୍କ ସମ୍ପର୍କୀୟ ହେଉଛନ୍ତି ଅରିନ୍ଦମ୍ । ଏହା ସହ ବିଜେଡ଼ିର ଆଉ ଜଣେ ତୁଙ୍ଗ ନେତାଙ୍କ ସହ ଅରିନ୍ଦମଙ୍କ ପାରିବାରିକ ସମ୍ପର୍କ ରହିଛି। ଏହା ବ୍ୟତୀତ ସେ ଗତ ଥର ବିଜେଡ଼ି ପାଇଁ ପ୍ରଚାର କରିଥିଲେ। ସେଥିପାଇଁ ଦଳୀୟ କର୍ମୀ ଅରିନ୍ଦମଙ୍କ ନାଁ ନେଇ ଚର୍ଚ୍ଚା କରୁଛନ୍ତି ।

ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡ଼ି,ବିଜେପି ଓ କଂଗ୍ରେସ୍ ନିଜ ନିଜର କସରତ ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ମଦନ ମୋହନ ଦତ୍ତ ଗତ ବର୍ଷ ବିଜେପି ଆସନ ଜିିତିଥିବାବେଳେ ତାଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ତାଙ୍କ ପୁଅ ମାନସଙ୍କୁ ନିର୍ବାଚନମଣ୍ଡଳୀ ସଂଯୋଜକ ଭାବେ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.