Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଗାଁ ଲୋକଙ୍କ କ୍ଷୋଭ ପରେ ଜଣାପଡିଲା ସ୍ଥିତି, ଜଣଙ୍କଠୁ ୬ ଜଣଙ୍କୁ କରୋନା ଡେଇଁବା ପରେ ଗାଁ ସଟ୍ ଡାଉନ୍ : ମହିଧରପଡା ଡାକ୍ତରଖାନା ୩ ଦିନ ବନ୍ଦ

23/07/2020 at 1:01 PM

ଭୁବନେଶ୍ବର ୨୩।୭: ଜଣଙ୍କଠୁ ୬ ଜଣଙ୍କୁ ଡେଇଁଲା କରୋନା । ଏଭଳି ଘଟଣା କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋ ଗାଁରେ ଦେଥିବାକୁ ମିଳିଛି । ଗାଁରେ ସଂକ୍ରମିତ ଚିହ୍ନଟ ପରେ ଗାଁକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ ।

ସୂଚନାଯୋଗ୍ୟ ଯେ, ଗାଁର ଜଣେ ଯୁବକ ଅସୁସ୍ଥତା କାରଣରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ନିଜଆଡୁ ସ୍ବାବ୍ ପରୀକ୍ଷା କରାଇଥିଲେ । ତାଙ୍କର ସ୍ବାବ୍ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସରକାରୀ ଅଧିକାରୀଙ୍କୁ ରିପୋର୍ଟ ଜଣାଇଥିଲେ । ମାତ୍ର ସରକାରୀ ଉଦାସୀନତା ଯୋଗୁଁ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇନଥିଲା । ପରେ ତାଙ୍କୁ କଟକ ସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ପଜିଟିଭ୍ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରିବାକୁ ଦାବି କରାଯାଇଥିଲା । ମାତ୍ର ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଦୁଇ ଦିନ ପରେ ଗାଁକୁ କୋଭିଡ୍ ଗାଡି ଆସିବାରୁ ଗାଁ ଲୋକେ ଅଟକ ରଖିଥିଲେ । କଟକ ସଦର ପୋଲିସ ଆସି କଣ୍ଟାକ୍ଟ ଟ୍ରେସିଂ ପ୍ରତିଶ୍ରୁତି ଦେବାପରେ କୋଭିଡ୍ ଗାଡିକୁ ଗାଁଲୋକ ଛାଡିଥିଲେ ।

ସେପଟେ ଗାଁକୁ ସାନିଟାଇଜ କରିବାକୁ ଗ୍ରାମବାସୀ ଦାବି କରିଥିବାବେଳେ ପଞ୍ଚାୟତ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ସରପଞ୍ଚ । ପରେ ପଜିଟିଭ ବ୍ୟକ୍ତିଙ୍କ ପରିବାରରୁ ପାଞ୍ଚ ଜଣ, ପଡିଶା ଘରର ଜଣେ ବ୍ୟକ୍ତିଙ୍କ ସହ ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ଅରିଲୋ ଗ୍ରାମକୁ ପାଞ୍ଚ ଦିନ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହ କଟକ ସିଡିଏମଓ ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି ।

   Related Posts