Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କରୋନା ଲଢେଇରେ ହାରିଗଲେ ଅରିଜିତଙ୍କ ମା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ

20/05/2021 at 4:05 PM

ମୁମ୍ବାଇ ୨୦।୦୫: ନିଜର ଯାଦୁକରୀ ସ୍ଵରରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ବଲିଉଡର ଖ୍ୟାତାନାମା ପ୍ରଚ୍ଛଦପଟ ଗାୟକ ଅରିଜିତ ସିଂହଙ୍କ ମାଙ୍କ ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ଥିଲେ। ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅରିଜିତଙ୍କ ମାଙ୍କୁ କୋକଲାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ଦେହାନ୍ତ ଘଟିଛି।

ମେ ୬ରେ ଅଭିନେତ୍ରୀ ସ୍ଵାସ୍ତିକା ଅରିଜିତଙ୍କ ମାଙ୍କ ପାଇଁ ରକ୍ତଦାନ କରିବାକୁ କହିଥିଲେ। ଏହା ପରେ ଯାଇ ଜଣା ପଡିଥିଲା ଯେ, ପ୍ରସିଦ୍ଧ ଗାୟକ ଅରିଜିତଙ୍କ ମା ଅସୁସ୍ଥ ଅଛନ୍ତି। ଗାୟକଙ୍କ ମାଙ୍କ ନିଧନରେ ପୂରା ବଲିଉଡରେ ଶୋକର ଲହରି ଖେଳି ଯାଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଅରିଜିତଙ୍କ ମାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ପୂର୍ବାହ୍ନ ୧୧ଟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ସେ କିଛି ଦିନ ଇସିଏମଓରେ ଥିଲେ ଏବଂ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଜଟିଳ  ରହିଥିଲା। ସମସ୍ତ ପ୍ରୟାସ ସତ୍ତ୍ଵେ ବି ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନାହାନ୍ତି।

ନିଜ ସୁମୁଧୁର କଣ୍ଠରେ ଲୋକଙ୍କୁ ବାନ୍ଧି ରଖୁଥିବା ଗାୟକ ଅରିଜିତ ସିଂହ ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ରିଏଲିଟି ସୋ ‘ଫେମ ଗୁରୁକୂଳ’ରେ ଲାଇମ ଲାଇଟ୍‌ରେ ଆସିଥିବା ଅରିଜିତଙ୍କୁ ଆଶିକି ୨ ଫିଲ୍ମ ଗୀତରେ ବଲିଉଡରେ ସ୍ଵତନ୍ତ୍ର ପରିଚୟ ମିଳିଥିଲା। ଏହା ପରଠୁ ସେ ପଛକୁ ଫେରି  ଚାହିଁ ନାହାନ୍ତି। ଏ ଦିଲ ହେ ମୁସ୍କିଲ, କବିରା, ସୁନୋ ନା ସଙ୍ଗମରମର, ମସ୍ତ ମଗନ, ହମଦର୍ଦ ପରି ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଜିତିତ ସିଂହ ଜାତୀୟ ପୁରସ୍କାର ମଧ୍ୟ ଜିତି ସାରିଛନ୍ତି।

   Related Posts