ଫେସବୁକ୍ ସହ ହାତ ମିଳାଇଲେ ଅରିଜିତ୍ ସିଂ, ଗ୍ରାମାଞ୍ଚଳ ଲୋକଙ୍କୁ ସାହାଯ୍ୟ ପାଇଁ ଯୋଗାଡ କରିବେ ଅର୍ଥ

Published By : Prameya-News7 Bureau | May 30, 2021 IST

ମୁମ୍ବାଇ ୩୦/05: କୋଭିଡ -୧୯ ର ଦ୍ୱିତୀୟ ଲହରରେ ଗାଁଗୁଡ଼ିକ ଖୁବ୍  ପ୍ରଭାବିତ ହେଉଛି। କାରଣ ଗାଁର ସ୍ୱାସ୍ଥ୍ୟ ସୁବିଧା ଅବହେଳିତ । ଅନେକ ଗ୍ରାମବାସୀଙ୍କ ଚିକିତ୍ସା ପାଇଁ ସହରରେ ପହଞ୍ଚିବାର ବିକଳ୍ପ ମଧ୍ୟ ନାହିଁ। ଏଭଳି ପରିସ୍ଥିତିରେ ବଲିଉଡର ପ୍ରସିଦ୍ଧ ଗାୟକ ଅରିଜିତ୍ ସିଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।

{"width":660,"height":366}
Arijit Singh birthday: When the singer sobbed in front of guru Ila Arun on  Fame Gurukul, watch | Entertainment News,The Indian Express

ଗ୍ରାମାଞ୍ଚଳରେ ବେଡ୍, ଅକ୍ସିଜେନ୍ ଏବଂ ଔଷଧର ବ୍ୟବସ୍ଥା କରିବାକୁ ଗାୟକ ଅରିଜିତ ସିଂ ସୋସିଆଲ ଫର୍ ଗୁଡ୍ ଏବଂ 'ଗିଭ୍ ଇଣ୍ଡିଆ' ମାଧ୍ୟମରେ ଫେସବୁକ୍ ସହ ହାତ ମିଳାଇଛନ୍ତି। ଏହାର ଆରମ୍ଭ ଅରିଜିତ୍ ତାଙ୍କ ଅଞ୍ଚଳ ମୁର୍ସିଦାବାଦରୁ କରିବାକୁ ଯାଉଛନ୍ତି। ଆରିଜିତ୍ ପାଣ୍ଠି ସଂଗ୍ରହକାରୀ ଲାଇଭ୍ କନ୍ସର୍ଟ କରୁଛନ୍ତି ଯାହା ଦ୍ୱାରା ପ୍ରାପ୍ତ ଟଙ୍କାରେ ଗ୍ରାମୀଣ ଭାରତକୁ ସାହାଯ୍ୟ କରିପାରିବ |

ସୂଚନା ଅନୁଯାୟୀ, ଜୁନ୍ ୬ ରେ ଅରିଜିତ ସିଂ ତାଙ୍କ ଗାଁ ମୁର୍ସିଦାବାଦରୁ ଫେସବୁକ୍ ଲାଇଭ୍ କରିବେ। ଲାଇଭ୍ କନ୍ସର୍ଟକୁ ଉପଭୋଗ କରି 'ଗିଭ୍ ଇଣ୍ଡିଆ' ପାଣ୍ଠି ସଂଗ୍ରହ ପେଜରେ ସିଙ୍ଗରଙ୍କ ଏହି ପ୍ରଶଂସନୀୟ ପଦକ୍ଷେପରେ ଆପଣ ଯୋଗଦାନ କରିପାରିବେ । ଏହି ଡିଜିଟାଲ୍ ଲାଇଭ୍ ପ୍ରଦର୍ଶନ ବିଷୟରେ ସୂଚନା ଗିଭ୍ ଇଣ୍ଡିଆ ପେଜରେ ଦିଆଯାଇପାରେ ।

ଏକ ଇଣ୍ଟରଭ୍ୟୁରେ ଅରିଜିତ ସିଂ କହିଛନ୍ତି, ମୁଁ ପଶ୍ଚିମବଙ୍ଗର ଏକ ଛୋଟ ଅଞ୍ଚଳ ମୁର୍ସିଦାବାଦରୁ ଆସିଛି। କୋଭିଡ ଲୋକଙ୍କୁ ଖରାପ ଭାବରେ ପ୍ରଭାବିତ କରୁଛି । ଗ୍ରାମାଞ୍ଚଳରେ ସୁବିଧାର ଅଭାବ ଦେଖି ଦୁଃଖ ଲାଗୁଛି । କୋଟି କୋଟି ଲୋକଙ୍କ ଜୀବିକା ପାଇଁ ଅନେକ ସଂସ୍କାର ଆଣିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.