Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

୨୦୦ କୋଭିଡ ରୋଗୀଙ୍କୁ ହସପିଟାଲରେ ପହଞ୍ଚାଇଥିବା ଦିଲ୍ଲୀର ଆମ୍ବୁଲାନ୍ସ ଡ୍ରାଇଭର ଆରିଫ ଖାନଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

11/10/2020 at 1:27 PM

ନୂଆଦିଲ୍ଲୀ ୧୧/୧୦: ସମଗ୍ର ପୃଥିବୀ କରୋନା ଭାଇରସ ମହାମାରୀର ସଜା ଭୋଗୁଛି। ସାତ ମାସ ହେବ କରୋନା ଯୋଦ୍ଧାମାନେ ଜୀବନକୁ ବିପଦରେ ପକାଇ ଅନ୍ୟର ଜୀବନ ବଞ୍ଚାଉଛନ୍ତି। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଆଗକୁ ଆସୁଛନ୍ତି କରୋନା ଯୋଦ୍ଧା। ଏହି କ୍ରମରେ ଏମିତି ଜଣେ କରୋନା ଯୋଦ୍ଧା ଥିଲେ ଆରିଫ ଖାନ୍। ସେ ଅନ୍ୟର ଜୀବନ ବଞ୍ଚାଉ ବଞ୍ଚାଉ ନିଜେ କରୋନାରେ ସଂକ୍ରମିତ ହୋଇଗଲେ।

ଦିଲ୍ଲୀର ସିଲମପୁର ଇଲାକାରେ ରହୁଥିବା ଆରିଫ ଖାନ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ସେ ଥି​‌ଲେ ଆମ୍ବୁଲାନ୍ସ ଡ୍ରାଇଭର। ସେ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରୁଥିଲେ। ଏବେ ତାଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆରିଫ ନିଜ ଜୀବନ କଥା ଚିନ୍ତା ନ କରି ପ୍ରାୟ ୨୦୦ କରୋନା ରୋଗୀଙ୍କୁ ଠିକ ସମୟରେ ହସପିଟାଲ ପହଞ୍ଚାଇ ଥିଲେ। ଏହା ବ୍ୟତୀତ ଆରିଫ ୧୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏହା ଦ୍ବାରା ହିଁ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। ସଂକ୍ରମିତ ହେବା ପରେ ତାଙ୍କର ଦିଲ୍ଲୀର ହିନ୍ଦୁରାଓ ହସପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଗତକାଲି ସକାଳେ ତାଙ୍କର ପରଲୋକ ଘଟିଛି।

ଆରିଫ ୨୫ ବର୍ଷ ହେବ ଶହିଦ ଭଗତ ସିଂହ ସେବା ଦଳ ସହ ଜଡ଼ିତ ଥିଲେ। ସେ ଅଭାବି ଗରିବ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉ ଥିଲେ। ତାଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା କରିବା ପାଇଁ ଏବେ ଦାବି କରାଯାଉଛି।

   Related Posts