Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ମେଷ ରାଶି ପାଇଁ କିପରି ରହିବ ୨୦୨୧ ? ଜାଣନ୍ତୁ ଶୁଭ ଅଶୁଭ ସ୍ଥିତି

5/01/2021 at 4:40 PM

ଭୁବନେଶ୍ୱର ୦୫/୦୧ : ମେଷ ରାଶି ପାଇଁ ୨୦୨୧ କିଭଳି ରହିବ ଜାଣନ୍ତୁ। ମେଷରାଶି ବ୍ୟକ୍ତି ବିଶେଷ ଚଳିତ ବର୍ଷ ଶୁଭସ୍ୱଭା ମିଶ୍ରିତ ଫଳ ପାଇବେ। ଅପବ୍ୟୟ, ଅଯଥା ଖର୍ଚ୍ଚ ଲାଗି ରହିବ। ଚୋରା, ତସ୍କରଙ୍କ ଦ୍ୱାରା କଷ୍ଟ ପାଇବେ। ନୀଚ ପ୍ରବୃତ୍ତିର ଲୋକଙ୍କ ଦ୍ୱାରା ଅପଦସ୍ତ ହେବାସହ ଅର୍ଥହାନୀ ହେବାର ସମ୍ଭାବନା ରହିଛି। ତନ୍ତଭୁତାଣୁ ଜନିତ କଷ୍ଟ, ଶାରୀରିକ ରୋଗ କଷ୍ଟ ଅନୁଭବ କରିବେ।

କର୍ମକ୍ଷେତ୍ରରେ ବାଧା ଉପୁଜିବ। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗର ସମ୍ମୁଖୀନ ହେବାକୁ ପଡିବ। ବ୍ୟବସାୟରେ ହାନି ଯୋଗ ରହିଛି। ବିଦେଶ ଯାତ୍ରା ଯୋଗ ରହିଛି। ତାଛଡା ବିଦେଶି ପୁଞ୍ଜି ନିବେଶରେ ଅସଫଳ ହେବେ। ଅଧିକାଂଶ ସମୟରେ ମାନସିକ ଉତ୍ତେଜନା ଲାଗି ରହିବ। ଭୂସମ୍ପତ୍ତିୟ କ୍ଷେତ୍ରରେ ବିବାଦ ଲାଗିରହିବ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ଅସହଯୋଗ ମିଳିବ। ଦୁର୍ଘଟଣା ହେବାର ସମ୍ଭାବନା ରହିଛି। କୌଣସି ସରୀସୃପ ଦ୍ୱାରା ଆଘାତ ହୋଇପାରନ୍ତି।

ଚଳିତ ବର୍ଷ ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ରକ୍ତପିତ୍ତ, ଵାୟୁପିତ୍ତ କିମ୍ବା ମିଶ୍ରିତ ପିତ୍ତର କଷ୍ଟ ଅନୁଭବ କରିବେ। ରକ୍ତଚାପ ବଢିପାରେ। ତାଛଡା ଆଣ୍ଠୁଗଣ୍ଠି, ଶିରା, ସ୍ନାୟୁଗତ ଦୁର୍ବଳତା ଲାଗିରହିବ।

ବିବାହ, ବ୍ରତ ଭଳି ଶୁଭକାର୍ଯ୍ୟରେ ବାଧା ଉପୁଜିପାରେ। ସନ୍ତାନସନ୍ତତି କ୍ଷେତ୍ରରେ ଅସନ୍ତୋଷ ପାଇବେ। ଆର୍ଥିକ ସ୍ଥିତି ମାଧ୍ୟମ ଧରଣର ରହିବ। ଋଣଭାର ବଢିପାରେ। ଏପ୍ରିଲ ୫ ତାରିଖ ପରେ ଶୁଭଫଳ ପାଇବେ। ଗୃହରେ ଶୁଭ ମାଙ୍ଗଳିକକାର୍ଯ୍ୟ, ଗୃହକର୍ମ ଆଦିରୁ ସୁଫଳ ପାଇବେ।

କର୍ମ ଚାକିରୀ କ୍ଷେତ୍ରରେ ଉନ୍ନତି-ପଦୋନ୍ନତି, ସମ୍ମାନ ଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ଏପ୍ରିଲ ୫ ତାରିଖ ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ହେବ। ଭୂସମ୍ପତ୍ତି, ଯାନବାହାନ ଯୋଗରେ ଶୁଭଫଳ ପାଇବେ। ପାରିବାରିକ ଶୁଭ ପାଇବେ। ବନ୍ଧୁ ସହଯୋଗ ମିଳିବ।

ପୁନଶ୍ଚ ସେପ୍ଟେମ୍ବର ୧୪ ତାରିଖ ପରେ ଅଶୁଭ ଫଳ ଅନୁଭବ କରିବେ। କିନ୍ତୁ ଏହି ଖରାପ ସମୟ ଅଧିକ ଦିନ ଲାଗିରହିବ ନାହିଁ। ନଭେମ୍ବର ୨୧ ତାରିଖ ପରେ ପୂର୍ଵାଵତ ଶୁଭଫଳ ଯୋଗ ରହିଛି।

ସମାଧାନ

  • ହନୁମାନଙ୍କ ବଜରଙ୍ଗ ବାଣ ପାଠ କରନ୍ତୁ
  • ଲାଲ ବସ୍ତ୍ର ପରିଧାନ କରନ୍ତୁ
  • ମଥାରେ ହନୁମାନଙ୍କ ସିନ୍ଦୁର ତିଳକ କରନ୍ତୁ
  • ଗାଈ, କାଉ, କୁକୁରଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ

   Related Posts