Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆରା ବ୍ୟାଗ ବ୍ୟବସାୟୀ ହତ୍ୟାକାଣ୍ଡ, କୁଖ୍ୟାତ ଅପରାଧୀ ଖୁର୍ସିଦ ସହ ୧୦ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

14/06/2021 at 3:39 PM

ଲକ୍ଷ୍ନୌ ୧୪/୬: ବହୁ ଚର୍ଚ୍ଚିତ ଆରା ବ୍ୟାଗ୍‌ ବ୍ୟବସାୟୀ ଇମ୍ରାନ ଖାନଙ୍କ ହତ୍ୟା ମାମଲାରେ ସୋମବାର କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ କୁଖ୍ୟାତ ଅପରାଧୀ ଖୁର୍ଶିଦ୍‌ କୁରେଶୀ ସମେତ ୧୦ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ସେମାନଙ୍କ ଉପରେ ମୋଟ ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଏନେଇ ଏଡିଜେ ମନୋଜ କୁମାର ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ମଧ୍ୟରେ ଖୁର୍ସିଦର ଭାଇ ଅବଦୁଲ୍ଲା ମଧ୍ୟ ସାମିଲ ଅଛି। ଗତ ୯ ମାର୍ଚ୍ଚରେ ଦୋଷୀ ସାବ୍ୟସ୍ତ ହେବା ପରେ ସବୁ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଏବଂ ଆର୍ମ ଆକ୍ଟ ଜରିଆରେ ମାମଲା ରୁଜୁ ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡ ଡିସେମ୍ବର ୨୦୧୮ରେ ହୋଇଥିଲା। ସେହିିଦନ ଦିନ ଦ୍ବିପ୍ରହରରେ ଆରାର ଧର୍ମନ ଚୌକରେ ଥିବା ଶୋଭା ମାର୍କେଟରେ ଅପରାଧୀ ଆଖିବୁଜା ଗୁଳିମାଡ଼ କରିଥିଲେ।

ସେଥିରେ ଦୁଧ କଟୋରା ବାସିନ୍ଦା ବ୍ୟାଗ୍‌ ବ୍ୟବସାୟୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିଲା। ଇମ୍ରାନଙ୍କ ଭାଇ ଅହମଦ ଏବଂ ଜଣେ ବିଏସଏନଏଲ କର୍ମଚାରୀଙ୍କୁ ଗୁଳି ଲାଗିବାରୁ ସେମାନେ ଗୁରୁତର ହୋଇଥିଲେ। ଏହାକୁ ନେଇ ଅହମଦଙ୍କ ବୟାନ କ୍ରମେ ଟାଉନ୍‌ ଥାନରେ ଖୁର୍ସିଦ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  

   Related Posts