Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରୋଗୀଙ୍କ ସଂପର୍କୀୟ ସହ ପାଟିତୁଣ୍ଡ ; ହସ୍ପିଟାଲ ଛାଡି ଚାଲିଗଲେ ଡାକ୍ତର

20/08/2018 at 9:46 PM

ବାଲେଶ୍ୱର ୨୧/୮ : ବାଲେଶ୍ୱର ନୀଳଗିରି ଉପଖଣ୍ଡ ଡାକ୍ତର ଖାନାରେ ଜଣେ ରୋଗୀଙ୍କ ସଂପର୍କୀୟ ସହ ପାଟିତୁଣ୍ଡ ଯୋଗୁଁ ହସ୍ପିଟାଲ ଛାଡି ଚାଲିଗଲେ ଡାକ୍ତର । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର କାଶୀନାଥ ପଣ୍ଡାଙ୍କ ନାଁରେ ଏନେଇ ଅଭିଯୋଗ ହୋଇଛି । ଜଣେ ରୋଗୀ ତାଙ୍କର ରୋଗ ସଂପର୍କରେ ଉକ୍ତ ଡାକ୍ତରଙ୍କୁ ଅବଗତ କରାଇ ପ୍ରେସକ୍ରିପସନ୍ କରାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ ମୁତାବକ ମେଡିସିନ୍ ଖାଇଥିଲେ । ତେବେ ଯନ୍ତ୍ରଣା ନକମିବାରୁ ପୁଣି ଥରେ ସୋମବାର ରାତିରେ ଉକ୍ତ ଡାକ୍ତରଙ୍କୁ ସେ ଆସି ସାକ୍ଷାତ କରିଥିଲେ । ତେବେ ଡାକ୍ତର ଜଣକ ବିରକ୍ତ ପ୍ରକାଶ କରି ରୋଗୀଙ୍କୁ ଅନ୍ୟତ୍ର ଚାଲିଯିବାକୁ କହିବା ସହ ତାଙ୍କର ପ୍ରେସକ୍ରିପସନ୍ କୁ ମଧ୍ୟ ଚିରିଦେଇଥିଲେ । ପରେ ରୋଗୀଙ୍କ ସଂପର୍କୀୟ ଏସଂପର୍କରେ ଉକ୍ତ ଡାକ୍ତରଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ସହ ବଚସା ହୋଇଥିଲା । ହଠାତ୍ ଡାକ୍ତର ଜଣଙ୍କ ହସ୍ପିଟାଲ ଛାଡି ରାତିରେ ଚାଲିଯାଇଥିଲେ । ଫଳରେ ଅନେକ ରୋଗୀ ହଇରାଣ ହରକତ ହେବାସହ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ବିଳମ୍ବିତ ରାତିରେ ଖବର ପାଇ ସ୍ଥାନୀୟ ଉପ-ଜିଲ୍ଲାପାଳ, ନୀଳଗିରି ବିଧାୟକ ଓ ପୋଲିସ ପହଞ୍ଚି ପରିସ୍ଥିତ ନିୟନ୍ତ୍ରଣକୁ ଆଣିଥିଲେ । ପରେ ସ୍ବାଭବିକ ହୋଇଥିଲା ପରିସ୍ଥିତି । ଏ ସଂପର୍କରେ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

   Related Posts