Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସପ୍ତମ ଥର ପାଇଁ ବଲନ୍ ଡି’ଅର୍ ପୁରସ୍କାର ଜିତିଲେ ଲିଓନେଲ ମେସି, କ୍ରିଷ୍ଟିଆନୋ ରୋନାଲଡୋ ଓ ରୋବର୍ଟ ଲେୱାନଡୋସ୍କିଙ୍କୁ ପଛରେ ପକାଇଲେ

30/11/2021 at 9:12 AM

ନୂଆଦିଲ୍ଲୀ ୩୦/୧୧: ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ବଲନ୍ ଡି’ଅର୍ ପୁରସ୍କାର ଜିତିଛନ୍ତି । ସପ୍ତମ ଥର ପାଇଁ ମେସି ଏହି ପୁରସ୍କାର ଜିତି ରେକର୍ଡ ଜିତିଛନ୍ତି । ୩୪ବର୍ଷୀୟ ମେସି ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ଛାଡି ଏହି ପୁରସ୍କାର ଜିତିଛନ୍ତି ।

ଏହାପୂର୍ବରୁ, ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଏବଂ ୨୦୧୯ ରେ ମେସି ବଲନ୍ ଡି’ଅର୍ ପୁରସ୍କାର ଜିତିଥିଲେ । ଅନ୍ୟ କୌଣସି ଖେଳାଳି ଏତେ ଥର ଏହି ପୁରସ୍କାର ଜିତି ନାହାଁନ୍ତି । ବଲନ୍ ଡି’ଅର୍ ପୁରସ୍କାରଗୁଡିକ ଫ୍ରାନ୍ସର ଫୁଟବଲ୍ ପତ୍ରିକା ବଲନ୍ ଡି’ଅର୍ ଦ୍ୱାରା ପ୍ରଦାନ କରାଯାଇଛି । ଏହି ପୁରସ୍କାର ପ୍ରତିବର୍ଷ କ୍ଲବ ଏବଂ ଜାତୀୟ ଦଳର ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳିଙ୍କୁ ଦିଆଯାଏ ।

ଏହା ୧୯୫୬ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ଏହି ପୁରସ୍କାର ପ୍ରଥମ ଥର ପାଇଁ ଷ୍ଟାନଲି ମାଥ୍ୟୁସଙ୍କୁ ଦିଆଯାଇଥିଲା । ସେବେଠାରୁ ଏହାକୁ ପ୍ରତିବର୍ଷ ଦିଆଯାଉଛି । ତିନି ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮ରୁ ମହିଳା ଫୁଟବଲର୍ ମାନଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

   Related Posts