ଆର୍ଜେଣ୍ଟିନା ଜୁନିୟର ହକି ବିଶ୍ବକପ ଚାମ୍ପିୟନ, ୪-୨ ଗୋଲରେ ଜର୍ମାନୀକୁ ଦେଲା ମାତ୍‌

Published By : Prameya-News7 Bureau | December 05, 2021 IST

ଭୁବନେଶ୍ବର ୦୫/୧୨ : ଆର୍ଜେଣ୍ଟିନା ଜୁନିୟର ହକି ବିଶ୍ବକପ ଚାମ୍ପିୟନ । କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ବିଶ୍ବକପରେ ବିଜୟ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ବିଶ୍ବ ଚାମ୍ପିୟନ ହୋଇଛି । ୨ୟ ଥର ପାଇଁ ହକି ବିଶ୍ବକପ ଟ୍ରଫି ହାତେଇଲା ଆର୍ଜେଣ୍ଟିନା ।  

ଆର୍ଜେଣ୍ଟିନା ପକ୍ଷରୁ ଡୋମେନେ ଲୌଟାରୋ ହ୍ୟାଟ୍ରିକ୍ ଗୋଲ ଦେଇ ଦଳକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୧୦, ୨୫ ଏବଂ ୫୦ ମିନିଟ୍‌ରେ ଡୋମେନେ ଗୋଲ ସ୍କୋର କରିଥିବା ବେଳେ ଆଗୋସ୍ତିନି ଫ୍ରାନ୍ସୋ ୬୦ ମିନିଟ୍‌ରେ ଆଉ ଏକ ଗୋଲ ଦେଇଥିଲେ । ଜର୍ମାନୀ ପକ୍ଷରୁ ହାଏନେର୍‌ ଜୁଲି୍ରସ୍‌ ୩୬ ମିନିଟ୍‌ ସମୟରେ ଗୋଟିଏ ଗୋଲ ସ୍କୋର କରିଥିବା ବେଳେ ଫାଣ୍ଡାଟ୍‌ ମାସୀ ୪୭ ମିନିଟ୍‌ ସମୟରେ ଗୋଟିଏ ଗୋଲ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.