ପୁରୀ ସମୁଦ୍ର ବେଳା ଭୂମୀରେ ଆର୍ଜେଣ୍ଟିନା ହକି ଦଳ
8/12/2018 at 4:20 PM

ପୁରୀ ୮|୧୨: ଆର୍ଜେଣ୍ଟିନାର ହକିଟିକ୍ ଓ ସପୋର୍ଟଷ୍ଟାଫ ଆଜିଠାରେ ସମୁଦ୍ର ସ୍ନାନର ମଜା ନେଇଛନ୍ତି । ସମୁଦ୍ରକୂଳରେ ସନବାଥ୍ କରିବାସହ ଖଳେଳୀ ମାନେବହୁ ସମୟ ଧରିସମୁଦ୍ରରେ ସ୍ନାନ କରିଥିଲେ । ଖେଳାଳୀ ମାନେ ବିଚ୍ଭଲିବଲ୍ ଖେଳିବା ସହନିଜକୁ ଫିଟ୍ ରଖିବାପାଇଁ ପ୍ରସ୍ତୁତ କରିଥିଲେ ।

ବିଶେଷ କରି ଆଗାମୀ ମ୍ୟାଚ୍ ପାଇଁ ନିଜକୁ ମାନସିକ ଚାପରୁ ମୁକ୍ତରଖିବା ପାଇଁ ସମୁଦ୍ର କୂଳରେ ବୁଲାବୁଲି କରିବା ସହ ବିଭିନ୍ନ ଖେଳ ଖେଳିଥିଲେ । ତେବେ ପୁରୀରେ ସମୁଦ୍ର ବେଳାଭୂମି ବେଶ୍ ଭଲବୋଲି ଖେଳାଳୀ ମାନେ ମତ ଦେବା ସହ ଓଡ଼ିଶାର ହକି ଫ୍ୟାନ୍, ଆତିଥେୟତା ଦେଖି ସେମାନେ ବେଶ ଉତ୍ସାହିତ ବୋଲି କହିଥିଲେ । ଆଜିର ଭାରତ ଓ କାନାଡ଼ା ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଭାରତ ଫେଭରିଟ୍ ବୋଲି ଖେଳାଳୀମାନେ ମତ ଦେଇଥିଲେ।
