Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପରେଶ ରାୱଲ ସେୟାର କଲେ ନିଜ ଦେହାନ୍ତର ସୂଚନା, କହିଲେ- କ୍ଷମା ମାଗୁଛି ମୁଁ ୭ଟା ପରେ…

14/05/2021 at 6:35 PM

ନୂଆଦିଲ୍ଲୀ ୧୪/୦୫: କରୋନା ମହାମାରୀ ମଧ୍ୟରେ ଅନେକ ସେଲିବ୍ରିଟିଙ୍କ ଦେହାନ୍ତ ହେବାର ମିଥ୍ୟା ଖବର ଉଡୁଛି । ବର୍ତ୍ତମାନ ପରେଶ ରାୱଲ ଏକ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେ ଏହା ଉପରେ ଏକ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି। ତାଙ୍କର ଫ୍ୟାନ୍ସମାନେ ମଧ୍ୟ ଏହି ପୋଷ୍ଟରେ ସେମାନଙ୍କର ମେମ ସେୟାର କରି ମଜା କରୁଛନ୍ତି ।

ପରେଶ ରାୱଲ ଯେଉଁ ପୋଷ୍ଟ ସେୟାର କରିଛନ୍ତି ସେଥିରେ ତାଙ୍କର ଫ୍ରେମ୍ ହୋଇଥିବା ଫଟୋ ଲାଗିଛି । ଏଥିସହିତ ଲେଖା ହୋଇଛି, ୧୪/୦୫/୨୦୨୧ ଆଜି, ସକାଳ ୭:୦୦ ରେ, ଫିଲ୍ମ ଇଣ୍ଡଷ୍ଟ୍ରିର ଅଂଶ ପରେଶ ରାୱଲଙ୍କର ଦେହାନ୍ତ ହୋଇଛି । ଜଳୁଥିବା ଦୀପ ଏବଂ ମହମବତୀ ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିରେ ଲେଖା ହୋଇଛି, ଅତ୍ୟନ୍ତ ଦୁଃଖର ସହିତ ସୂଚନା ଦିଆଯାଇଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଂଶ ପରେଶ ରାୱଲ ଜୀ ଆଉ ଆମ ଗହଣରେ ନାହାଁନ୍ତି । ପରେଶ ରାୱଲ ଏହି ପୋଷ୍ଟ ସହିତ କମେଣ୍ଟ ଦେଇଛନ୍ତି, ଭୁଲ ବୁଝାମଣା ପାଇଁ ଦୁଃଖିତ, ଯେହେତୁ ମୁଁ ସନ୍ଧ୍ୟା ୭ ଟା ପରେ ଶୋଇଥିଲି ।

ଏହାପୂର୍ବରୁ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ଖବର ଉଡିସାରିଛି। ସିରିଏଲରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ଏହାକୁ ଅସ୍ୱୀକାର କରିଥିଲେ। ଏଥି ସହ ‘ମହାଭାରତ’ରେ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର ମଧ୍ୟ ଉଡ଼ାଯାଇଛି। ନିଜେ ମୁକେଶ ଖାନ୍ନା ଏହାକୁ ଅସ୍ୱୀକାର କରିଛନ୍ତି।

   Related Posts