ବଦଳିଗଲା ମନ : ୨୦୧୭ରେ ଅମିତ ଶାହାଙ୍କୁ ଦେଇଥିଲେ ଆତିଥ୍ୟ ଓ ଭୋଜନ, ଏବେ ପଦ୍ମ ଛାଡି ଫୁଙ୍କିଲେ ଶଙ୍ଖ

Published By : Prameya-News7 Bureau | December 29, 2020 IST

ଯାଜପୁର ୨୯।୧୨:  ବିଜେପିରୁ ମୋହ ତୁଟାଇ ବିଜେଡିରେ ଯୋଗଦେଲେ ଅରେଇ ସରପଞ୍ଚ । ଯାହାଙ୍କ ଘରେ ଦିଲ୍ଲୀରୁ କେନ୍ଦ୍ର ନେତୃବୃନ୍ଦ ଓ ସେତେବେଳେର ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଆସି ଭୋଜନ କରିଥିଲେ , ଏବଂ ସେହିଠାରୁ ହିଁ ବିଜେପିର ମିଶନ ୧୨୦ ଆରମ୍ଭ କରିଥିଲା ବିଜେପି । କିନ୍ତୁ ସେ ସମୟରେ ତାଙ୍କୁ ଦିଆଯାଇଥିବା ପ୍ରତିଶୃତି ଓ ସହଯୋଗର ଭରସା ଦେଖାଇପାରନଥିଲା ବିଜେପି ।  ନାନା ସମସ୍ୟାର ସମ୍ମୁଖୀନ ହେବା ପରେ ଶେଷରେ ବିଜେପି ଛାଡି ବିଜେଡିର ଯୋଗଦେଇଛନ୍ତି ସରପଞ୍ଚ । ପ୍ରତିଷ୍ଠା ଦିବସରେ ବିଜେଡିର ଯୋଗଦେଇଛନ୍ତି ଅରେଇ ସରପଞ୍ଚ ଦେବାନନ୍ଦ ମଲିକ।

ଖବର ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାରେ ବିଜେପିର ମିଶନ ୧୨୦ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ପାର୍ଟିର ଦିଲ୍ଲୀ ନେତୃବୃନ୍ଦ ମଧ୍ୟରେ ଓଡିଶାରେ ପ୍ରଚାର ଜୋରଦାର ପାଇଁ ରଣନୀତ ପ୍ରସ୍ତୁତି କରିଥିଲେ । ଏହି ପ୍ରରିପେକ୍ଷୀରେ ୨୦୧୭ରେ ବିଜେପିର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଅରେଇ ସରପଞ୍ଚ ଦେବାନନ୍ଦ ମଲିକଙ୍କ ଘରେ ଭୋଜନ କରିଥିଲେ । ଏହାସହ ମିଶନ ୧୨୦ କିପରି ହାସଲ କରାଯିବ , ସେନେଇ ରୂପରେଖ ପ୍ରସ୍ତୁତ କରିଥିଲେ ।

ସେତେବେଳେ ଦେବାନନ୍ଦଙ୍କ ଘରେ ଅମିତ ଶାହଙ୍କ ଭୋଜନକୁ ନେଇ ରାଜ୍ୟ ରାଜନୀତିର ମହଲରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଇତିମଧ୍ୟରେ ଅମିତ ଶାହାଙ୍କୁ ଭୋଜନ କରିବା ଘଟଣାକୁ ୩ବର୍ଷରୁ ଅଧିକା ସମୟ ବିତିଯାଇଛି । କିନ୍ତୁ ଅରେଇ ସରପଞ୍ଚ ଦେବାନନ୍ଦ ମଲିକ ଏବେ ବିଜେପି ଛାଡି ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ବିଂଝାରପୁରରେ ଆୟୋଜିତ ବିଜେଡିର ପ୍ରତିଷ୍ଠା ଦିବସରେ ଦେବାନନ୍ଦ ଶଙ୍ଖ ଫୁଙ୍କିଛନ୍ତି।

ବିଜେଡିରେ ଯୋଗଦେବା ପରେ ସେ କହିଛନ୍ତି ଯେ, ସେହି ସମୟରେ ତାଙ୍କୁ ଦିଆଯାଇଥିବା ପ୍ରତିଶୃତି ଓ ସହଯୋଗର ଭରସା ଦେଖାଇପାରନଥିଲା ବିଜେପି ।  ନାନା ସମସ୍ୟାର ସମ୍ମୁଖୀନ ହେବା ପରେ ଶେଷରେ ବିଜେପି ଛାଡି ବିଜେଡିର ଯୋଗଦେଇଛନ୍ତି ବୋଲି କହିଛନ୍ତି ଦେବାନନ୍ଦ । ଅନ୍ୟପଟେ ସ୍ଥାନୀୟ ବିଜେପି ନେତା କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିଲା । ଏବେ ସେ ଦଳ ଛାଡି ବିଜେଡିରେ ଯୋଗଦେବା କିଛି ଫରକ୍‌ ପକାଇବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.