Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ଵାମୀ –ସ୍ତ୍ରୀ ଭିତରେ ଝଗଡ଼ା ହେଉଛି କି ? ତାହେଲେ ବେଡ଼ରୁମରେ ଥାଇପାରେ କିଛି ବାସ୍ତୁଦୋଷ.. .ଜାଣନ୍ତୁ

27/01/2019 at 6:41 PM

ବେଡ଼ରୁମ ସମସ୍ତଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ । କର୍ମକ୍ଳାନ୍ତ ମଣିଷ ଶାନ୍ତିଟିକେ ପାଇଁ କେବଳ ବେଡ଼ରୁମକୁ ହିଁ ଆଶ୍ରା କରିଥାଏ ।  ପ୍ରତ୍ୟେକ ମଣିଷର ଜୀବନଚର୍ଯ୍ୟା ବିଛଣାରୁ ଆରମ୍ଭ ହୋଇଥାଏ । ମଣିଷ ଯଦି ଶାନ୍ତିରେ ଟିକେ ଶୋଇପାରୁନି, ତାହେଲେ ଜୀବନର କିଛି ସାର୍ଥକତା ନାହିଁ ।  ଦେଖିବାକୁ ଗଲେ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମୟ ହିଁ ବେଡ଼ରୁମରେ କଟିଥାଏ । ପ୍ରକୃତରେ ମଣିଷର ଶାନ୍ତିର ଏନ୍ତୁଡ଼ିଶାଳ ହେଉଛି ବେଡ଼ରୁମ ।

ଅନେକ ସମୟରେ ଦେଖାଯାଇଥାଏ, ସ୍ଵାମୀ-ସ୍ତ୍ରୀ ଭିତରେ ଝଗଡ଼ା ହୋଇଥାଏ ।  ବାଦବିବାଦ ଏତେ ପରିମାଣରେ ବଢ଼ିଯାଇଥାଏ, ଶେଷରେ ଡ଼ିଭୋର୍ସ ଯାଏଁ କଥାଯାଏ । କେହିକେହି ବି  ସାରାଜୀବନ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା ହୋଇ ରହିଥାନ୍ତି । ସବୁଠୁ ବଡ଼ କଥାହେଲା ଯଦି ଆପଣଙ୍କ ବେଡ଼ରୁମରେ ବାସ୍ତୁଦୋଷ ରହିଛି, ଏହିଭଳି ଅବ୍ୟବସ୍ଥା ଘଟିବା ସୁନିଶ୍ଚିତ । ଯଦି ବେଡ଼ରୁମ ପାଇଁ ଏତେ ଅସୁବିଧା ହୋଇପାରେ , ତାହେଲେ ବାସ୍ତୁ ସମାସ୍ୟାକୁ କାହିଁକି ଦୂର କରିବେନି ।

ଆସନ୍ତୁ ଜାଣିବା କେମିତି ଦୂର କରିବା ବାସ୍ତୁଦୋଷ…

ବେଡ଼ରୁମରେ ସେରାମିକର ଓ୍ଵିଇଣ୍ଡ ଚାଇମ ଲଗାନ୍ତୁ । ଏହାଦ୍ଵାରା ସ୍ଵାମୀ-ସ୍ତ୍ରୀ ଭିତରେ ସଂପର୍କ ଭଲ ରହିବ ।

ଆପଣ ବେଡ଼ରୁମରେ ଲଭ୍ ବାର୍ଡ଼ କିମ୍ବା ଦୁଇଟି ପକ୍ଷୀର ମିଥୁନ ମୂର୍ତ୍ତି ରଖନ୍ତୁ । ଏହାଦ୍ଵାରା ଦମ୍ପତିଙ୍କ ଭିତରେ ଉତ୍ତମ ସଂପର୍କ ରହିବ ।

କେବେ ବି ପାଣିର ଚିତ୍ର ଥିବା କୌଣସି ପେଣ୍ଟିଂ ଲଗାନ୍ତୁ ନାହିଁ । ଏହାଦ୍ଵାରା ପାରିବାରିକ ଅଶାନ୍ତି ଦେଖାଦେବ ।

ବେଡ଼ରୁମରେ କୌଣସି ଜିନିଷକୁ ଅବ୍ୟବସ୍ଥା ଢ଼ଙ୍ଗରେ ରଖନ୍ତୁ ନାହିଁ , ବିଛୁଡ଼ି ପଡ଼ିଥିବା ଜିନିଷକୁ ମଧ୍ୟ ସଜାଇ ରଖନ୍ତୁ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନ ଠିକଠାକ୍ ହୋଇପାରିବ ।

ବେଡ଼ରୁମରେ ରାଧାକୃଷ୍ଣ ମୂର୍ତ୍ତି ରଖନ୍ତୁ, ତାହେଲେ ବୈବାହିକ ଜୀବନର ମଧୁରତା ଆସିବ ।

ପତିପତ୍ନୀର ପ୍ରତୀକରୂପେ ଦୁଇଟି ଡ଼େକୋରେଟିଭ ପଟ୍ କିମ୍ବା ପାତ୍ର ରଖନ୍ତୁ । ଏହାଦ୍ଵାରା ଦମ୍ଫତିଙ୍କ ଭିତରେ ସଂପର୍କର ପ୍ରଗାଢ଼ତା ଆସିବ ।

ବେଡ଼ରୁମର ଦକ୍ଷିଣ-ପଶ୍ଚିମ ଦିଗରେ ଗୋଲାପଫୁଲ କିମ୍ବା କ୍ଵାର୍ଜଧାତୁର ଦିଲ୍ ଆକୃତିର ବସ୍ତୁ ରଖନ୍ତୁ ।

ଆଜିଠାରୁ ଆପଣଙ୍କ ବେଡ଼ରୁମକୁ ଏମିତି ଭାବରେ ସଜାନ୍ତୁ, ଦେଖିବେ ସ୍ଵାମୀ-ସ୍ତ୍ରୀଙ୍କ ଭିତରେ ରହିବନି ଆଉ ତିକ୍ତତା ।

   Related Posts