Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆପଣଙ୍କୁ ବି ମିଳୁଛି କି ଆୟକର ବିଭାଗଙ୍କ ଇ-ମେଲ୍ ? କରନ୍ତୁନି ଅଣଦେଖା

18/11/2020 at 7:03 PM

ନୂଆଦିଲ୍ଲୀ ୧୮।୧୧:  କରୋନା ଭାଇରସ ମହାମାରୀରେ ଆୟକର ବିଭାଗ କରଦାତାଙ୍କୁ ନିୟମିତ ମଧ୍ୟାନ୍ତରରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ୟାକ୍ସ ରିଫଣ୍ଡ କରି ବେଶ୍ ଆଶ୍ୱସ୍ତ କରିଛନ୍ତି। ଏଣୁ କରଦାତାଙ୍କୁ ସେମାନଙ୍କ ଇ-ମେଲରେ ଆୟକର ବିଭାଗ ବିଭିନ୍ନ ସମୟରେ ସୂଚନା ମଧ୍ୟ ଦେଉଛନ୍ତି। ଏହିକ୍ରମରେ ଆୟକର ବିଭାଗ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ବିଭାଗ ପକ୍ଷରୁ ପ୍ରେରଣ କରାଯାଉଥିବା କୌଣସିବି ମେଲ୍‌କୁ ଅଣଦେଖା କରନ୍ତୁନି ବୋଲି ପରାମର୍ଶ ଦେଇଛନ୍ତି।

ବିଭାଗ ଯେବେବି କରଦାତାଙ୍କୁ କୌଣସି ପ୍ରସଙ୍ଗରେ ମେଲ ପଠାନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ। ତେବେ କରଦାତାଙ୍କ ଲାଗି ସବୁଠୁ ବଡ଼ ସମସ୍ୟା ଯାହା ତାହା ହେଉଛି କେଉଁ ଇ-ମେଲ ସଠିକ ଓ କେଉଁଟି ନକଲି। ଏ ନେଇ ଆୟକର ବିଭାଗ ମଧ୍ୟ ଅତୀତରେ ସ୍ପଷ୍ଟ କରିସାରିଛନ୍ତି। ବିଭାଗ ଇ-ମେଲ ଯୋଗେ କରଦାତାଙ୍କୁ ତାଙ୍କର ସମସ୍ତ ଅଧିକାରୀକ ଇ-ମେଲ ଆଇଡି,ଏସଏମଏସ ସେଣ୍ଡର ଆଇଡି ଏବଂ ୱେବସାଇଟ୍‌ ମାନଙ୍କର ସୂଚନା ଦଇଥିଲେ।

ଏଣୁ ଅଧିକାରୀକ ମେଲ ଆଇଡି ବ୍ୟତୀତ ଅନ୍ୟ କୌଣସି ମେଲ ଆଇଡିରୁ ଆସୁଥିବା ମେଲ ଓପନ ନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେହିପରି ଏପରି ଅନଧିକାରିକ ମେଲ ଆଇଡି ସହ କୌଣସି ପ୍ରକାର ସୂଚନା ସେୟାର ନ କରିବାକୁ କହିଛନ୍ତି। ବ୍ରାଉଜରରେ ଏପରି ସ୍ରୋତରୁ ଆସୁଥିବା ମେଲଗୁଡିକର ସତ୍ୟତା ପ୍ରଥମେ ଯାଞ୍ଚ କରନ୍ତୁ ଓ କେବଳ ସେହି ସ୍ରୋତଙ୍କ ଉପରେ ବିଶ୍ୱାସ କରନ୍ତୁ ଯାହା ଅଧିକାରୀକ। ସେହିପରି ଆୟକର ବିଭାଗଙ୍କ ସମସ୍ତ ୱେବସାଇଟ୍‌ଙ୍କ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି।

   Related Posts