Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମୁସଲିମ ନା ହିନ୍ଦୁ ? ‘ଖାନ୍‌ ସାର’ କହିଲେ- ଯେବେ KBCରେ ଅମିତାଭ ବଚ୍ଚନ ପଚାରିବେ, ତେବେ ଯାଇ କହିବି

26/05/2021 at 11:17 PM

ନୂଆଦିଲ୍ଲୀ ୨୬।୦୫: ପାଟନାର ‘ଖାନ୍‌ ସାର’ ନିଜର ପଢାଇବାର ସ୍ଵତନ୍ତ୍ର ଶୈଳୀକୁ ନେଇ ଦେଶରେ ଯୁବ ବର୍ଗଙ୍କ ମହଲରେ ଖୁବ୍ ପରିଚିତ। ତାଙ୍କ ପଢା ଶୈଳୀକୁ କେବଳ ଯୁବ ପିଢି ନୁହନ୍ତି ବରଂ ସମସ୍ତ ବର୍ଗଙ୍କୁ ବେଶ୍ ଆକୃଷ୍ଟ କରିଛି। ତାଙ୍କ ବିହାରୀ ଷ୍ଟାଇଲ୍‌ରେ ପାଠ ପଢା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ହେଲେ ଖାନ୍ ସାର ସଂପ୍ରତି ସାମାଜିକ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ଚର୍ଚ୍ଚାରେ ନିଜର  ବିହାରୀ ଶୈଳୀରେ ପଢାଇବାକୁ ନେଇ ନୁହେଁ ବରଂ ନିଜ ପ୍ରକୃତ ନାମକୁ ନେଇ।

କେହି ତାଙ୍କୁ ଅମିତ୍ ସିଂହ କହୁଛନ୍ତି ତ କିଏ ତାଙ୍କୁ କହୁଛନ୍ତି ଫୈଜଲ ଖାନ। ତାଙ୍କର କିଛି ଭିଡିଓ କ୍ଲିପ୍‌ ମଧ୍ୟ ସେୟାର କରାଯାଉଛି। ଏହି ସବୁରେ ତାଙ୍କ ନାମ ଅମିତ୍ ବୋଲି କୁହାଯାଇଛି। ଏହା ମଧ୍ୟରେ ଖାନ୍ ସାର ଖୋଦ୍ ଏହି ବିଷୟରେ ନିଜେ ମୁସଲିମ କି ହିନ୍ଦୁ ଜଣାଇଛନ୍ତି।

ନିଜର ନୂତନ ଭିଡିଓରେ ଖାନ୍ ସାର ନିଜ ନାମକୁ ନେଇ ମଜାଳିଆ ଶୈଳୀରେ କହିଛନ୍ତି, କୌନ ବନେଗା କୋରଡପତି(କେବିସି)ରେ ଯେବେ ଅମିତାଭ ବଚ୍ଚନ ପଚାରିବେ, ତେବେ ଯାଇ ସେ ନିଜ ପ୍ରକୃତ ନାମ କହିବେ। ସେ କହିଛନ୍ତି, ମୋ ନାମକୁ ନେଇ କିଛି ଦିନ ହେବ ବିବାଦ ଲାଗି ରହିଛି। ଯଦି ମୋତେ ସ୍ନେହରେ ପଚାରିଥାନ୍ତେ ତେବେ ମୁଁ କହି ଥାନ୍ତି। ଯଦି ମୁଁ ଏବେ ନିଜ ନାମ ଜଣାଇବି ତେବେ ଲୋକେ ମୋତେ ଭାବିବେ ଯେ, ମୁଁ ଭୟରେ କହି ଦେଲି।

ଖାନ ସାର କହିଛନ୍ତି, ନାମ ଜଣାଇବା କୌଣସି  ବଡ କଥା ନୁହେଁ। ମୁଁ କଣ ଆତଙ୍କବାଦୀ ଯେ ନାଁ କହିବାକୁ ଡରିବି ? କଥା ହେଲା ମୋର ପ୍ରକୃତ ନାମ କଣ ? ଯେବେ କେବିସିରେ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିବେ ଯେ, ଖାନ ସାରଙ୍କ ପ୍ରକୃତ ନାମ କଣ ? ଫୈଜଲ ଖାନ, ଫୈସଲ ଖାନ, ଅମିତ୍ ସିଂହ କିମ୍ବା ମନ୍ନାନ ଖାନ ?

ଖାନ ସାର ସ୍ମିତ ହାସ୍ୟ ସହ କହିଛନ୍ତି, ଯଦି ଆପଣଙ୍କୁ ନାଁ ଜାଣିବାର ଅଛି ତେବେ ଅମିତାଭ ବଚ୍ଚନଙ୍କୁ କୁହନ୍ତୁ ମୋତେ ଫୋନ କରିବେ। ମୁଁ ସେହି ଦିନ ହିଁ ଆପଣଙ୍କୁ ନିଜ ନାମ ବିଷୟରେ ଜଣାଇବି। କିନ୍ତୁ ଯିଏ ମୋତେ ଜବରଦସ୍ତି କରେ ତେବେ ମୁଁ କହିଥାଏ ଯେ, ଭାଇ ତୁମକୁ ଯାହା ଠିକ୍ ଲାଗୁଛି ତାହା କର।

ତେବେ ତାଙ୍କର ନାଁ ଜାଣିବାର ଆଜି ଏମିତି କଣ ଆବଶ୍ୟକତା ପଡ଼ିଗଲା ପ୍ରଥମେ ତାର ପ୍ରକୃତ କାରଣ ଜାଣନ୍ତୁ। ପ୍ରକୃତ କଥା ହେଲା ଖାନ୍ ସାର୍ ୟୁଟ୍ୟୁବ୍‌ରେ ପଠା ପଢ଼ାଇଲା ବେଳେ ଫ୍ରାନ୍ସରେ-ପାକିସ୍ତାନ ସମ୍ପର୍କର ଉପରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ କହିଥିଲେ ଯେ ପାକିସ୍ତାନରେ ଥିବା ଫ୍ରାନ୍ସର ରାଜଦୂତକୁ ଫେରିଯିବାକୁ ପାକିସ୍ତାନୀମାନେ ଆନ୍ଦୋଳନ କରିଛନ୍ତି। ଏଥିରେ ଛୋଟ ପିଲମାନେ ବି ସାମିଲ୍ ହୋଇଛନ୍ତି। ଛୋଟ ପିଲାମାନଙ୍କୁ ଆଖି ଆଗରେ ରଖି ଖାନ୍ ସାର କହିଥିଲେ ପିଲାମାନେ କଣ ଜାଣିଛନ୍ତି ରାଷ୍ଟ୍ରଦୂତର ଅର୍ଥ ? ବାବୁମାନେ ତୁମେ ପାଠ ପଢ଼ି ନିଜ ବାପାଙ୍କ କଥାରେ ଯାଅନି ବୋଲି ଖାନ୍ ସାର କହିଥିଲେ। ଏହାକୁ ନେଇ ଏକ ବିଶେଷ ବର୍ଗର ଲୋକ ଖାନ ସାରଙ୍କୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି।

   Related Posts