Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏହି ସବୁ ଜିନିଷ ନିଜ ଘରେ ରଖୁଛନ୍ତି କି : ହୋଇଯିବେ ଧନହୀନ

27/12/2018 at 5:29 PM

ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଘରେ ରଖିବା ଶୁଭ ଏବଂ ଉନ୍ନତିର ପ୍ରତୀକ ରୂପେ ଜଣା ଯାଇଥାଏ ଏବଂ କେତେକ ଜିନିଷକୁ ଅଶୁଭ ବୋଲି ଧରାଯାଇଥାଏ। ଆମେ ଆଜି ଜାଣିବା ଯାହା ଘରେ ରଖିବା ଦ୍ବାରା ଅଶୁଭ ହୋଇଥାଏ। ଏହି ଜିନିଷକୁ ଘରେ ରଖିବା ବାସ୍ତୁ ହିସାବରେ ଠିକ୍ ହୋଇନଥାଏ। ଯାହା ଦ୍ବାରା ଘରର ସଦସ୍ୟଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

କେତେକ ଚିତ୍ର ଏପରି ହୋଇଥାଏ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଲଗାଇଲେ ଅଶୁଭ ହୋଇଥାଏ। ଏହି ଚିତ୍ରଗୁଡ଼ିକ ହେଉଛି ମହାଭାରତ ଯୁଦ୍ଧର ଫଟୋ,ନଟରାଜଙ୍କ ମୂର୍ତ୍ତି,ବୁଡ଼ିଯାଉଥିବା ନୈାକା କିମ୍ବା ଜାହାଜ,ଝରଣା,ହିଂସ୍ର ଜଙ୍ଗଲି ପଶୁ ଆଦି। ଏହା ବିଶ୍ବାସ ରହିଛି ଯେ ଯେଉଁମାନଙ୍କ ଘରେ ଏପରି ଚିତ୍ର ଲଗାଯାଇଥାଏ ସେହି ଘରମାନଙ୍କରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହା ଘରର ସୁଖ ସମୃଦ୍ଧିରେ ବାଧା ଉତ୍ପନ୍ନ କରିଥାଏ  ।

କିଛି ଲୋକଙ୍କ ଘରେ ପୁରୁଣା ଭଙ୍ଗା ଦଦରା ଜିନିଷ ରଖିବାର ଅଭ୍ୟାସ ରହିଥାଏ ; କିନ୍ତୁ ଏହା ଆଦୈା ଠିକ୍ ନୁହେଁ। ଭଙ୍ଗା ଜିନିଷ ଘରେ ରଖିଲେ ଏହା ଘରେ ନକରାତ୍ମକ ଶକ୍ତି ସଞ୍ଚାର କରିଥାଏ ଯାହା ଦ୍ବାରା ପରିବାରର ସଦସ୍ୟମାନେ ପରସ୍ପର ଝଗଡ଼ା କରନ୍ତି ଏବଂ ଘରର ଶାନ୍ତି ଶୃଙ୍ଖଳା ଭଙ୍ଗ ହୋଇଥାଏ। ଏହା ସହ ଏହି ବାସ୍ତୁଦୋଷ କାରଣରୁ  ଘରେ ଧନର ଆଗମନ ହୋଇନଥାଏ ଏବଂ ଘରର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିପାଇଁ ଏହିସବୁ ଜିନିଷକୁ ଘରେ ରଖିବା ଅଶୁଭ ହୋଇଥାଏ।

   Related Posts